ଡିସେମ୍ବର ୨୧ରୁ ଲୋକମେଳା ଓ କୃଷିମେଳା
ପୁରୀ: ଡିସେମ୍ବର ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହେବ ୨୨ତମ ଲୋକମେଳା ଓ ୧୫ ତମ କୃଷିମେଳା-୨୦୨୪ । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ଅଧ୍ୟକ୍ଷତା କରିଥିଲେ । ମେଳାରେ ଭାରତର ୨୦ଟି ରାଜ୍ୟର ୪୦୦ କଳାକାର ଯୋଗଦେବେ । ଏନେଇ ମେଳାର ସାଧାରଣ ସମ୍ପାଦକ ରଜେଶ ମହାନ୍ତି ସୂଚନା ଦେଇଛନ୍ତି । ଏଥିସହିତ ଜାତୀୟ ୨୨ତମ କୃଷି ମେଳାରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟର ସମସ୍ତ ବିଭାଗ, ମସô୍ୟ ଓ ପଶୁ ସମ୍ପଦ ମନ୍ତ୍ରଣାଳୟର ସମସ୍ତ ବିଭାଗ, ଓଡ଼ିଶା ସରକାରଙ୍କ କୃଷି ବିଭାଗ, ମସô୍ୟ ଓ ପଶୁ ସମ୍ପଦ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରଭୃତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ପୌର ଅଧିକାରୀ ଅଭିମନୁ୍ୟ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳା ସଂସ୍କୃତି ଅଧିକାରୀ ହେମନ୍ତ ବେହୋର ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ । ଶ୍ରୀକ୍ଷେତ୍ର ସୂଚନାର ଉପଦେଷ୍ଟା ସନ୍ତୋଷ ମହାନ୍ତି, କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ଉପାଧ୍ୟକ୍ଷ ଭରତ ନାୟକ, ସଂଗଠନ ସଂପାଦକ ସତ୍ୟବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ସାଂସ୍କୃତିକ ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।