ଡ୍ୟାସ୍ବୋର୍ଡ ସମୀକ୍ଷା : ସହରାଞ୍ଚଳ ଭିତ୍ତିଭୂମି ସୁଦୃଢ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ୩୬ତମ ଡ୍ୟାସ୍ ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗର କନ୍ଫରେନ୍ସ ହଲ୍ ପରିସରରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ନେଇ ଆରମ୍ଭ କରାଯାଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରାଯାଇଥିଲା । ବିଶେଷ କରି ୧୧୫ର ସ୍ୱାୟତ୍ତ ଶାସନ ସଂସ୍ଥାରେ ଓଡିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ଚାଲିଥିବା ଷ୍ଟ୍ରିଟ୍ ଲାଇଟିଂ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ନିର୍ଦ୍ଦାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବା ନିମନ୍ତେ ନିୟମିତ ବ୍ୟବଧାନରେ ସମୀକ୍ଷା, ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀମତୀ ପାଢୀ । ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବାରେ ସହାୟକ ହେବ ଏହା ସହିତ ନିରନ୍ତର ସହରାଞ୍ଚଳ ବିକାଶ ଦିଗରେ ଅଗ୍ରସର ହୋଇପାରିବା ବୋଲି ସେ କହିଥିଲେ ।