ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

  ନୂଆପଡା: ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଗ୍ରାମପଞ୍ଚାୟତସ୍ତରୀୟ ପାରସ୍ପରିକ ବାର୍ତ୍ତାଲାପ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଠେମରା  ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ-ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଧିକାରୀଗଣ ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା, ଶ୍ରମିକମାନଙ୍କ ସମସ୍ୟାର ସମାଧାନ, ଉନ୍ନୟନମୂଳକ କାର୍ଯ୍ୟପନ୍ଥା, କର୍ମନିଯୁକ୍ତି ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ, ସ୍ୱଳ୍ପ କାଳୀନ ଛାତ୍ର / ଛାତ୍ରୀବାସ, ବିଭିନ୍ନ ସରକାରୀ ଯୋଜନା ଗୁଡିକର ସବିଶେଷ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗଙ୍କ ସହ ଜିଲ୍ଲା ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।