ତିନି ଏମଓୟୁ ସ୍ୱାକ୍ଷର  : ପର୍ଯ୍ୟଟନ ବିକାଶରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ଭୁବନେଶ୍ୱର :  ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ଆଜି ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଛି  । ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦ ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ଏବଂ  ମୁଖ୍ୟ ଶାସନ ସଚିବମନୋଜ ଆହୁଜା ଯୋଗ ଦେଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା ବିଶ୍ୱସ୍ତରରେ ଏହାର ପ୍ରଭାବ ବିସ୍ତାର କରିବାରେ ସହାୟକ ହେବ । ଏଥିସହ ଏହି ପ୍ରକଳ୍ପଗୁଡ଼ିକୁ ମିଶନ୍ ମୋଡରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।  
ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୌଦ୍ଧ ପର୍ଯ୍ୟଟନ ପଦକ୍ଷେପକୁ ଏକ ଐତିହାସିକ ସହଭାଗିତା ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ଓଡ଼ିଶାର ଅତୁଳନୀୟ ସାଂସ୍କୃତିକ ଐତିହ୍ୟକୁ ପୁନର୍ଜୀବିତ ଏବଂ ପ୍ରୋସôାହିତ କରିବ । ମୁଖ୍ୟ ଶାସନ ସଚିବ ଓଡ଼ିଶା ଭିଜନ ୨୦୩୬ ରେ ପର୍ଯ୍ୟଟନର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ପର୍ଯ୍ୟଟନ କେବଳ ଆର୍ଥିକ ବିକାଶରେ ଯୋଗଦାନ ଦେଉନାହିଁ ବରଂ ସଂସ୍କୃତିକୁ ସଂରକ୍ଷଣ ଏବଂ ଜୀବିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରୁଛି । ଆଇଆଇଟି ମାଡ୍ରାସ , ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ୱାଟର ସ୍ପୋର୍ଟ୍ସ  ଗୋଆ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍  ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ୨୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।