ତୀର୍ଥ ଗଲେ ୭୭୫ ବରିଷ୍ଠ ନାଗରିକ

 ଭୁବନେଶ୍ୱର : ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରେଳବାଇର ସହଭାଗିତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସପ୍ତମ ପର୍ଯ୍ୟାୟରେ ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ପ୍ରଶାସନିକ ଅଧିକାରୀ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଉତ୍ତରପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ କି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସପ୍ତମ ପର୍ଯ୍ୟାୟରେ ୬ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ୭୭୫ ଜଣ ତୀର୍ଥଯାତ୍ରୀମାନେ ଅୟୋଧ୍ୟା ଓ ବାରଣାସୀ  ଯାତ୍ରା କରି ଶ୍ରୀ ରାମଲାଲଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ମନ୍ତ୍ରୀ ଜୟବୀର ସିଂ ତାଙ୍କ ବକ୍ତବ୍ୟରେ କହିଥିଲେ କି, ଏହି ଯାତ୍ରା ଉତ୍ତରପ୍ରଦେଶ ଓ ଓଡ଼ିଶାର ସଂସ୍କୃତି ବିନିମୟ କାର୍ଯ୍ୟକ୍ରମକୁ ତ୍ୱରାନିତ କରିବ । କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକ ମାନସୀ ନାମ୍ବିଆ, ଅତିରିକ୍ତ ସଚିବ  ବାଳମୁକନ୍ଦ ଭୂୟାଁ ଓ ରେଳବାଇର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।