ଆଇପିୟୁରେ ଅଧ୍ୟକ୍ଷତା କଲେ ଅପରାଜିତା

 ଭୁବନେଶ୍ୱର : ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ଅଫ୍ ନେସନସ୍ (ଆଇପିୟୁ)ରେ ଅଧ୍ୟକ୍ଷତା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଇପିୟୁର ୧୫୦ ତମ ଜେନେରାଲ ଆସେମ୍ଲିବା ସାଧାରଣ ଅଧିବେଶନରେ ଅପରାଜିତା ଅଧ୍ୟକ୍ଷତା କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି । ଉଜ୍ବେକିସ୍ତାନର ତାସକେଣ୍ଟରେ ଆଇପିୟୁର ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ୧୮୩ଟି ଦେଶର ବାଚସ୍ପତି ଓ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । ଭାରତରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସସ୍ମିତ ପାତ୍ର ଓ ଅନ୍ୟ ସାଂସଦମାନେ ଏଥିରେ ସାମିଲ ହୋଇଛନ୍ତି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଇପିୟୁର ଉପସଭାପତି ଭାବେ ନିର୍ବାଚିତ ହେବା ସହ ଗତ ଦୁଇ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ତେବେ ଆଇପିୟୁ ଜେନେରାଲ ଆସେମ୍ଲିରେ ପ୍ରଥମଥର ପାଇଁ ଉପସଭାପତି ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛନ୍ତି । ଗତ ୩ ତାରିଖରୁ ୬ ତାରିଖ ଯାଏ ବୈଠକ ଚାଲିଥିଲା । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।