ମାଗଣା ସ୍ୱାସ୍ଥ୍ୟ ଶିବିର
ବଲାଙ୍ଗିର: ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ବରପାଳିପଡ଼ା ଠାରେ ଅନୁଷ୍ଠିତ ହେଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିର ରେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡ. ରାଜ୍ ନାରାୟଣ କୁଣ୍ଡା ଏବଂ ରାଜେନ୍ଦ୍ର ଯୁବକ ସଂଘ ର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଦିବ୍ୟ କିଶୋର ପତି ଓ ରାମାନୁଜ ପଣ୍ଡା ତଦାରଖ କରିଥିଲେ ।