ଥରିଲା ପାକିସ୍ତାନ : ପଞ୍ଜାବ, ରାଜସ୍ଥାନ ଓ ଜାମ୍ମୁରେ ପାକିସ୍ତାନର ଆକ୍ରମଣ
ନୂଆଦିଲ୍ଲୀ: ସକାଳୁ ଭାରତ ଉପରେ ଆକ୍ରମଣ ପଣ୍ଡ ହେବା ପରେ ସଂଧ୍ୟାରେ ପାକ୍ ଗୁଳିଗୋଳା ବର୍ଷଣ କରିବା ସହ ମିସାଇଲ ମାଡ଼ ପାଇଁ ଉଦ୍ୟମ କରିଥିଲା । ତେବେ ଭାରତ ଆକାଶରେ ହିଁ ପାକର ଡ୍ରୋନ ଓ ମିସାଇଲ ସବୁ ଉଡ଼ାଇ ଧୂଅାଁ କରିଦେଲା । ଏହାପରେ ପ୍ରତିଜବାବ ଦେଇଥିଲା ଭାରତ । ଲାହୋର ଓ ଇସଲାମାବାଦ ଉପରେ ଜୋରଦାର ଆକ୍ରମଣ କରିଥିଲା । ଅନେକ ସାମରିକ ଘାଟି ଉପରେ ଭାରତ ଆକ୍ରମଣ କରି ପାକିସ୍ତାନକୁ ଥରାଇଦେଇଛି । ଜେଏଫ-୧୬ର ଜଣେ ପାଇଲଟ ମଧ୍ୟ ଜୀବନ୍ତ ଧରା ପଡ଼ିଛନ୍ତି । ରାଜସ୍ଥାନର ଜୈସାଲମରରୁ ତାଙ୍କୁ ଧରାଯାଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ନେଇ ଏଯାଏଁ ଉଭୟ ଦେଶ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । କୁଲୁ, ଚଣ୍ଡୀଗଡ଼ ଓ ଲୁଧିଆନ ବିମାନ ବନ୍ଦରକୁ ଭାରତ ବନ୍ଦ କରିଦେଇଛି । ପାକ୍ ସୀମାନ୍ତରେ ଥିବା ସବୁ ଅଞ୍ଚଳକୁ ବ୍ଳାକଆଉଟ୍ କରାଯାଇଛି ।
ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ଆତଙ୍କବାଦୀଙ୍କ ଉପରେ ଆକ୍ରମଣକୁ ସହି ପାରିଲାନି ପାକିସ୍ତାନ । ସକାଳୁ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରିଥିଲେବି ଭାରତର ଅମୋଘ ଅସ୍ତ୍ର ସୁଦର୍ଶନ ପଣ୍ଡ କରିଦେଲା । ଲାହୋରରେ ପାକର ମିସାଇଲକୁ ଉଡ଼ାଇଦେଲା । ରାତିରେ ପୁଣି ଥରେ ପାକ୍ ଆକ୍ରମଣ କରିଥିବାବେଳେ ଏହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନର ଅନେକ ବିମାନ ଅଧା ଆକାଶରେ ଧୂଅାଁ ହୋଇଯାଇଛି । ସେପଟେ ଯୁଦ୍ଧ ଏକରକମ ଆରମ୍ଭ ହୋଇଯାଇଥିବାରୁ ଜାମ୍ମୁକାଶ୍ମୀର, ଗୁଜୁରାଟ, ପଞ୍ଜାବ ଓ ରାଜସ୍ଥାନର ଅନେକ ଅଞ୍ଚଳକୁ ବ୍ଳାକଆଉଟ୍ କରି ଦିଆଯାଇଛି ।
ଭାରତ-ପାକ ସୀମାନ୍ତର ଅନେକ ଅଞ୍ଚଳରେ ଯୁଦ୍ଧ ସାଇରନ୍ ବାଜିଛି । ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତଙ୍କୁ ସେନା ପକ୍ଷରୁ ସତର୍କ କରିଦିଆଯାଇଛି । ତେବେ ଯୁଦ୍ଧକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ପାକିସ୍ତାନ୍ ଡ୍ରୋନକୁ ଉଡ଼ାଇବା ପାଇଁ ଭାରତ ଏଲ-୭୦ ପ୍ରୟୋଗ କରିଥିଲା । ଯାହାକି ପାକର ଛୋଟ ଛୋଟ ଡ୍ରୋନକୁ ଉଡ଼ାଇଦେଇଛି । ରାଜସ୍ଥାନର ପୋଖରାନରେ ମିସାଇଲ୍ ଆକ୍ରମଣ ପାଇଁ ପାକ୍ ଯୋଜନା କରିଥିଲେବି ତାହାକୁ ପଣ୍ଡ କରିଦିଆଯାଇଛି । ପୁଞ୍ଚ ସେକ୍ଟରରେ ବି ପାକ୍ ପକ୍ଷରୁ ଆକ୍ରମଣ କରାଯାଇଛି । ପାକର କାମିକାଜି ଡ୍ରୋନକୁ ମଧ୍ୟ ଆକାଶରେ ଉଡ଼ାଇ ଦିଆଯାଇଛି । ସେହିପରି ଜମ୍ମୁ ଓ ସାମ୍ବା ଅଞ୍ଚଳରେ ପାକିସ୍ତାନର ମିସାଇଲ ମାଡ଼ ଉଦ୍ୟମକୁ ବି ନିଷ୍କ୍ରିୟ କରିଦିଆଯାଇଛି । ଦ୍ଭ ୭ ପୃଷ୍ଠାରେ...