‘ଥାର୍‌’ କିଣା ଓ ମୋଡିଫିକେସନ ହେବ ସ୍ୱତନ୍ତ୍ର ଅଡ଼ିଟ

‘ଥାର୍‌’ କିଣା ଓ ମୋଡିଫିକେସନ ହେବ ସ୍ୱତନ୍ତ୍ର ଅଡ଼ିଟ

ଭୁବନେଶ୍ୱର : ‘ଥାର୍‌’ କିଣା ଓ ମୋଡିଫିକେସନର ବାବଦରେ ହୋଇଥିବା ଖର୍ଚ୍ଚର ହେବ ସ୍ୱତନ୍ତ୍ର ଅଡିଟ୍‌ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି । ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ଏଜିର ସ୍ୱତନ୍ତ୍ର ଟିମ୍‌ ଅଡିଟ୍‌ କରିବେ ବୋଲି ଚିଠି ମାଧ୍ୟମରେ କୁହାଯାଇଛି । 

   ୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ୭ କୋଟିରୁ ଅଧିକ ଟଙ୍କାରେ ୫୧ଟି ‘ଥାର୍‌’ ଗାଡ଼ି କିଣାଯାଇଥିଲା । କିନ୍ତୁ ତାହାର ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ଏହି ମାମଲାରେ ସଠିକ୍‌ ତଦନ୍ତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।