ରାଜ୍ୟ ଗ୍ରନ୍ଥାଗାରରେ ବକ୍ତୃତାମାଳା 

 ଭୁବନେଶ୍ୱର : ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ସୁନାମଧନ୍ୟ ପ୍ରତିଷ୍ଠିତ ମହିଳାମାନେ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେବେ । ଆଜି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଡକ୍ଟର ପଦ୍ମା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଡକ୍ଟର ମହାନ୍ତି ବର୍ତ୍ତମାନ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଉପମହାନିରୀକ୍ଷକ ଭାବେ କାର୍ଯ୍ୟରତ । ସେ ନିଜର ଅଭିଭାଷଣରେ ମହିଳାମାନଙ୍କର ସଶକ୍ତ ସମାଜ ଗଠନରେ ରହିଥିବା ଗୁରତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଅନୁଜା ତାରିଣୀ ମିଶ୍ର, ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ପାଠକ-ପାଠିକାମାନେ ଯୋଗଦେଇଥିଲେ ।