ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜୁନିୟର ଆକାଉଣ୍ଟାଣ୍ଟ
ସୁନ୍ଦରଗଡ : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସିଭିଲ ସ୍ପଲାଏ ଅଫିସର ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗ ଆଜି ଚଢଉ କରାଯାଇଛି । ବାଲେଶ୍ୱର, ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୩ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ରେଢ କରାଯାଉଛି ।
ବାଲେଶ୍ୱର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି ।
Samir Kumar Rout