ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସରେ ସପ୍ତଗିରି ଉଲାକା ଓ ସତ୍ୟଜିତ ଗୋମାଙ୍ଗୋ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଯେଉଁ ଟାସ୍କ ଫୋର୍ସ ଗଠନ କରାଯାଇଛି, ସେଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ କମିଟିରେ ଗ୍ରହଣ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କ ଫୋର୍ସରେ ଅନ୍ୟ ୯ ଜଣ ସଦସ୍ୟ ଅଛନ୍ତି ଏବଂ ୩ ଜଣ ଏକ୍ସ ଅଫିସିଓ ସଦସ୍ୟ ଅଛନ୍ତି । ଏହି ଦୁଇ ନୂଆ ସଦସ୍ୟ ସାମିଲ ହେବା ପରେ ଟାସ୍କ ଫୋର୍ସ ସଦସ୍ୟ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।