‘ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ ସରେଣ୍ଡର କରନ୍ତୁ’

ଭୁବନେଶ୍ୱର:ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ କଡ଼ା ତାଗିତ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ଅପିଲ କରୁଛି ସେମାନେ ନିଜ ଆଡ଼ୁ ସରେଣ୍ଡର କରିଯାଆନ୍ତୁ । ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ।  କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ । ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସେମାନେ ସରେଣ୍ଡର କରନ୍ତୁ । ଇ-କେୱାସି ଶେଷ ପୂର୍ବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ ବୋଲି  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।