ଦଳାଚକଟାରେ ମୃତୁ୍ୟ ଘଟଣା : ୧୧ ପରିବାରକୁ ୨୫ ଲକ୍ଷ ଲେଖାଁଏ ସହାୟତା ଘୋଷଣା କଲା ଆରସିବି

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛି । ଟ୍ରଫି ଜିତିବା ପରେ ଖୁସି ମନାଇବା ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏବେ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ ଷ୍ଟାଡିୟମ ବାହାରେ ଭିଡ ବଢିବାରୁ ଦଳାଚକଟାରେ ୧୧ଜଣ ମୃତୁ୍ୟବରଣ କରିଥିଲେ । ଏବେ ମୃତୁ୍ୟବରଣ କରିଥିବା ପ୍ରଶଂସକମାନଙ୍କୁ ସହାୟତା ପ୍ରଦାନ କରିବାକୁ ଆରସିବି ଘୋଷଣା କରିଛି । ମୃତ ୧୧ ଜଣ ପ୍ରଶଂସକଙ୍କ ପରିବାରକୁ ଆରସିବି ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ ।  ଜୁନ୍ ୪ ତାରିଖରେ ଆରସିବିର ଆଇପିଏଲ୍ ୨୦୨୫ ଟାଇଟଲ୍ ବିଜୟର ଉସôବ ପାଳନ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତୁ୍ୟ ହୋଇଥିଲା ବେଳେ ଅନେକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଆରସିବି ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛି ଯେ, "୪ ଜୁନ୍ରେ ଆମର ହୃଦୟ ଭାଙ୍ଗି ଯାଇଥିଲା । ଆମେ ଆରସିବି ପରିବାରର ୧୧ଜଣ ସଦସ୍ୟଙ୍କୁ ହରାଇଥିଲୁ । ସେମାନେ ଆମର ଅଂଶ ଥିଲେ । ସେମାନେ ଆମର ସହର, ଆମ ସମ୍ପ୍ରଦାୟ ଏବଂ ଆମ ଦଳକୁ ଅନନ୍ୟ କରିବାର ଅଂଶ ଥିଲେ । ସେମାନଙ୍କ ଅନୁପସ୍ଥିତି ଆମ ସମସ୍ତଙ୍କ ସ୍ମୃତିରେ ପ୍ରତିଧ୍ୱନିତ ହେବ । ସେମାନେ ଛାଡିଯାଇଥିବା ଶୂନ୍ୟସ୍ଥାନକୁ କୌଣସି ରାଶି କେବେ ପୂରଣ କରିପାରିବ ନାହିଁ । ପ୍ରଥମ ପଦକ୍ଷେପ ସ୍ୱରୂପ, ଆରସିବି ସେମାନଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ । କେବଳ ଆର୍ଥିକ ସହାୟତା ନୁହେଁ ବରଂ ସେମାନଙ୍କର ଯନô ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଛି ।