ଦିନ ଦ୍ୱିପହରେ ଚାଲିଛି କଳାପଥର ଲୁଟ

ଜାରକା: ସରକାରୀ ଚିଠି କିମ୍ୱା ପ୍ରଶାସନିକ କଟକଣାକୁ ମାନୁ ନାହାଁନ୍ତି ମାଫିଆ । କିଛି ଦିନ ଧରି ବ୍ଲାଷ୍ଟିଂର ଶ ଶୁଭିନଥିବା ବିଛାଖଣ୍ଡି ଖଣିରୁ ଏବେ ଲୁଟ୍ ପାଟ ଆରମ୍ଭ ହୋଇଛି କଳାପଥର । ବ୍ୟବସ୍ଥାକୁ ଅଣଦେଖା କରି କଳାପଥର ମାଫିଆ ପରିସ୍ଥିତିରୁ ଫାଇଦା ଉଠାଇବାରେ ମାତିଛନ୍ତି । ଲିଜ ଖଣିରୁ ଉତୋଳନ ଉପରେ ରୋକ ଲାଗିଥିବାରୁ ଏବେ ପ୍ରାୟ ବାଜବାଟିକୁ ଛାଡି ସବୁଠି ଖଣି ଖନନ ବନ୍ଦ ରହିଛି । ହେଲେ ବିଛାଖଣ୍ଡି ଖଣିରୁ ଦିନ ଦ୍ୱିପ୍ରହରରେ ଲୁଟ୍ ପାଟ ଚାଲିଛି । ଜେନାପୁର ଥାନା ଅଧିନ ଏହି ଖଣିରୁ ଆଜକୁ ଦୁଇ ତିନି ଦିନ ହେବ ବେଧଡକ କଳାପଥର ଖନନ ହେଉଛି । ସବୁ ଜାଣିଥିଲେ ମଧ୍ୟ ପ୍ରଶାସନ ଏହା ଉପରେ ରୋକ ଲଗାଇବାକୁ ସେଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡିନାହିଁ । ଧର୍ମଶାଳା ତହସିଲ ଅଧିନରେ ଥିବା ୨୬ଲିଜଟି ଖଣି ସହିତ ବିଛଖଣ୍ଡି ଖଣିରେ ଦୁଇଟି ଲିଜ ରହିଛି । ସୁରକ୍ଷା ପ୍ରସଙ୍ଗକୁ ଭିତି କରି ବିଭାଗୀୟ ଅଧିକାରୀ ଲିଜ ଖଣିକୁ ଚିଠି କରି ବନ୍ଦ କରିଛନ୍ତି । ଆହୁରି ଏକାଧିକ ଲିଜ ଥିଲେ ମଧ୍ୟ ଖଣି ପରିଚାଳନାର ସବୁ ନିୟମକୁ ଅନୁପାଳନ କରାଯାଇ ନଥିବାରୁ ପରିଚାଳନା ଅନୁମତି ମିଳିନାହିଁ । ଯେତେ ବେଳେ ଟଙ୍କା ଜମା କରିଥିବା ଲିଜଧାରୀ କଟକଣା କାରଣରୁ ଖଣି ଖନନ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି ସେତିକି ବେଳେ ମାଫିଆ ସରକାରଙ୍କ ର୍ନିେଶ ନାମାଙ୍କୁ ଖୋଲା ଉଲଂଘନ କରି ଲକ୍ଷଲକ୍ଷ ଟନ କଳା ପଥର ଉତୋଳନ କରୁଥିବା ଦେଖାଯାଇଛି । ଯାହାକି ଜିପିଏସ କ୍ୟାମେରାରେ ମାଫିଆଙ୍କ କାରାନାମା କଏଦ ହୋଇଛି । ନିର୍ବାଚନ ସମୟରେ କିଛି ମାଫିଆ ଶ୍ରେଣୀର ବ୍ୟକ୍ତି ଦଳ ବଦଳ କରି ନିଜ ସ୍ୱାର୍ଥସାଧନ ପାଇଁ ବିଜେଡି ଛାଡି ଅନ୍ୟଦଳକୁ ଚାଲି ଯାଇଥିଲେ । ସେମାନେ ଆଶା କରିଥିଲେ ତାଙ୍କ ଦଳ କ୍ଷମତାକୁ  ଆସିଲେ ସେମାନେ ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ନିଜର ଆଶାକୁ ଚରିତାର୍ଥ କରିବେ । ଏସରକାର ସମୟରେ ପରିସ୍ଥିତି ସେପରି ନ ହେବାରୁ ଆଉ ନିଜକୁ ଆୟତ କରି ନପାରି ଏବେ ପ୍ରଶାସନକୁ ହାତ ବାରିସି କରି ଲୁଟ୍ପାଟ ଜାରି ରଖିଛନ୍ତି । କିଛି ମୁନାଫାଖୋର କ୍ରସର ମାଲିକ ଏହି ମାଫିଆ ମାନଙ୍କୁ ବେଆଇନ ଉତୋଳନରେ ଲଗାଇଥିବା ଶୁଣାଯାଉଛି । କଥା କଥାରେ ବୋମାମାଡ ହେଉଥିବା ସେହି ଅଞ୍ଚଳରେ ଜେନାପୁର ପୁଲିସ ତତ୍ପରତା ଦେଖାଇ ବେଆଇନ ଖଣି ଖନନ ବନ୍ଦ ନକଲେ ଅରାଜକତା ସୃଷ୍ଟି ହେବ । ଜିଲାପାଳ ଓ ଖଣି ଉପ ର୍ନିେଶକ ଘଟଣାକୁ ଗୁରୁତ୍ୱ ନ ଦେଲେ ଜନ ଅସନ୍ତୋଷ ବୃଦ୍ଧି ପାଇବ ଏଥିରେ ସନେ୍ଦହନାହିଁ ।