ଦିହୁଡିପୁରରେ ମୁଗ ମଣ୍ଡି ଉଦ୍ଘାଟିତ
ପଟ୍ଟାମୁଣ୍ଡାଇ : ରାଜ୍ୟ ସରକାର କୃଷକ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ବଡ଼ ପଡା, ବଡ଼ମୋହନପୁର, ସାନ ଜରିଆ, ଅରଡ଼ପଲ୍ଲୀ ଓ ଦିହୁଡିପୁର ସମେତ ବିଭିନ୍ନ ପଞ୍ଚାୟତର କୃଷକମାନଙ୍କ କଲ୍ୟାଣ ପାଇଁ ଉପରୋକ୍ତ ପଞ୍ଚାୟତର କୃଷକମାନଙ୍କୁ ନେଇ ଗଠିତ ସିଦ୍ଧବଟ କୃଷକ ଉତ୍ପାଦକ ସଂସ୍ଥା ପକ୍ଷରୁ ଦିହୁଡିପୁର ପଞ୍ଚାୟତରେ ମୁଗ ମଣ୍ଡି ଖୋଲାଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ଉସôବରେ ଶିକ୍ଷାବିତ ବ୍ରହ୍ମାନନ୍ଦ ସାମନ୍ତରାୟ ମୁଖ୍ୟଅତିଥି ଓ ଦିହୁଡିପୁର ସରପଞ୍ଚ ନରେଶ ମଲିକ ମୁଖ୍ୟବକ୍ତା, ସିଦ୍ଧବଟ କୃଷକ ଉତ୍ପାଦକ ସଂସ୍ଥା ନିର୍ଦେଶକ ପ୍ରାକ୍ତନ କ୍ୟାପଟେନ ବାଣୀଭୂଷଣ ନାୟକ, ପୂର୍ବତନ ନିରୀକ୍ଷକ ଶରତ ରାଉତ, ନିର୍ଦେଶକ ସୁକାନ୍ତ ରାଉତ, ଗଣେଶ ନାୟକ, ଅନୁସୂୟା ସ୍ୱାଇଁ, ଅପରାଜିତା ମହାନ୍ତି, ନରହରି ମହାପାତ୍ର ଓ ଶାନ୍ତନୁ ଜେନା, ବିଜୟ ଖଟୁଆ, ନିମାଇଁ ନାୟକ, ସି ଇ ଓ ଶ୍ରୀନିବାସ ମଲିକ ଓ ଆକାଉଣ୍ଟଟାଣ୍ଟ ବିକାଶାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ବିଭିନ୍ନ ସମସ୍ୟା, ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରି କୃଷକ ଉତ୍ପାଦକ ସଂସ୍ଥା ଦ୍ୱାରା ଖୋଲା ଯାଇଥିବା ମୁଗ ମଣ୍ଡିରେ ଉପଲବ୍ଧ ଉନ୍ନତମାନର ମୁଗ ବିହନ, ଧାନ ବିହନ ଓ ସାର ପ୍ରୟୋଗ କରି ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ କରି ଲାଭବାନ ହେବା ସହିତ ଆର୍ଥିକ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ ଓ ଶେଷରେ ନିର୍ଦେଶକ ବାଣୀଭୂଷଣ ନାୟକ ଧନ୍ୟବାଦ ଦେଇଥିଲେ । ଏହି ଉଦଘାଟନ ଉସôବରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ କୃଷକ ଯୋଗ ଦେଇଥିଲେ ।