ଖତ ଖାଉଛି ବହୁମୁଖୀ ପ୍ରକଳ୍ପ
ାା ପ୍ରଭାନୁ୍ୟଜ୍ ।ା ବୋରିଗୁମ୍ମା: ତକôାଳୀନ ରାଜ୍ୟ ସରକାର ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବା ଲକ୍ଷରେ ଏସ୍ଏଚ୍ଜି ଗ୍ରୁପ ଗଠିନ କରାଯାଇଛି । ସେମାନଙ୍କୁ ଆର୍ଥିକ ସହାୟତା ସହ ସାରା ରାଜ୍ୟରେ ଅନେକ ବିଜୁ ଗ୍ରାମୀଣ କୃଷି ବହୁ ମୁଖି ଉଦ୍ୟଗ ପ୍ରକଳ୍ପ ନିର୍ମାଣ କରି ୧୨ଟି ଗ୍ରୁପର ମୋଟ ୧୨୦ଜଣ ମହିଳାଙ୍କୁ ସଶକ୍ତ କରିବା ସହ ସ୍ୱାବଲମ୍ବୀ ହୋଇ ଆର୍ଥିକ ଅଗ୍ରସର ହେବା ଲକ୍ଷ୍ୟରେ ଗୋପାଳନ, କୁକୁଡ଼ା ପାଳନ, ଅଟା, ମାଣ୍ଡିଆ ଚୁନା, ହଳଦୀ, ସିମେଣ୍ଟ ଇଟା ତିଆରି, ଜୋତା ତିଆରି, କୁକୁଡ଼ା ଖାଦ୍ୟ, ଡାଲି ତିଆରି ଆଦି ପ୍ରସ୍ତୁତି ମେସନ ସହ ମାଛ ଚାଷ, ଅନେକ ବହୁ ମୁଖି ପ୍ରକଳ୍ପ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ସତ କିନ୍ତୁ ପ୍ରଶାସନର ରକ୍ଷଣା ଭକ୍ଷଣ ଅଭାବରୁ ସେହି ବହୁ ମୁଖି ପ୍ରକଳ୍ପ ଖତ ଖାଉଛି ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଦଳୀ ଗ୍ରାମରେ । ଏଠାରେ ନିର୍ମିତ ବିଜୁ ଗ୍ରାମୀଣ କୃଷି ବହୁ ମୁଖି ଉଦ୍ୟଗ ପ୍ରକଳ୍ପ । କେମିତି ଏସଏଚ୍ଜି ମା’ଙ୍କୁ ମୋହରା ସଜାଇ ତକôାଳୀନ ସରକାର ଓ ସରକାରୀ ବାବୁ ଲୁଟ କରିଛନ୍ତି କୋଟି କୋଟି ଟଙ୍କା । ଯାହା ଉଦାହରଣ ବିଜୁ ଗ୍ରାମୀଣ କୃଷି ବହୁମୁଖି ଉଦ୍ୟଗ ଶ୍ରୀହୀନ ହୋଇ ପଡିରହିଛି କୋଟିକୋଟି ଟଙ୍କାର ଯନ୍ତାଶ ଓ ମାଳମାଳ କୋଠା । କେଉଁଠି ହଳଦୀ ପେଡା ମେସିନ ତ ଆଉ କୋଉଠି ଡାଲି ପ୍ରସ୍ତୁତି ମେସିନ ତ ଆଉ କୋଉଠି କୁକୁଡା ଫାର୍ମ ଓ ମାଛ ଚାଷ ପାଇଁ କରା ଯାଇଥିବା ଜଳାଶୟ । ବର୍ତ୍ତମାନ ଏହି ଉଦ୍ୟଗ ଆରମ୍ଭ ହେବାର ମୂଳ ଲକ୍ଷ ଥିଲା କୋରାପୁଟ ଜିଲ୍ଲାର ଏସ୍ଏଚ୍୍ଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କିନ୍ତୁ ଏହିଚିତ୍ର ଦେଖିଲେ ଆପଣମାନେ ବି ଅନୁମାନ କରି ପାରୁଥିବେ କି କେମିକତି ଏସଏଚ୍ଜି ମହିଳା ମାନେ ହେଉଥିଲ କୋରାପୁଟ ଜିଲାରେ ସ୍ୱାବଲମ୍ବୀ । ତଥ୍ୟ ଓ ସୂଚନା ଫଳକ ମୁତବକ ଆଜିକୁ ପ୍ରାୟ ଦୁଇ ବର୍ଷ ତଳେ ମାନେ ଆର୍ଥିକ ବର୍ଷ ୨୨/୨୩ ଓ ୨୩/୨୪ରେ ହୋଇଥିଲା ଏହି ସବୁ ଯୋଜନା ମାନେ ନିର୍ବାଚନକୁ ଆଖି ଆଗାରେ ରାଖୀ ଏହି ସବୁ କାର୍ଯ୍ୟ ହୋଇଥିଲା । ଆଉ ସବୁଠାରୁ ବଡ କଥା ଏହି କେଲେଙ୍କାରି ହୋଇଥିବା ଘଟଣାରେ ମୁଖ୍ୟ ଖଳନାୟକ ସାଜିଥିବା ସରକାରୀ ବାବୁ ଗୁମର ଖୋଲିବା ପୂର୍ବରୁ ନିଜ ବାଟ ନିଜେ ଦେଖି ଅନ୍ୟ ସ୍ଥାନକୁ ଛୁ । ବର୍ତ୍ତମାନ ଏହି ଭଳି ସବୁ କାର୍ଯ୍ୟରୁ ବର୍ତ୍ତମାନ ଦିନେରେ ଓଡିଶାର ଏକ ନମ୍ବର ସ୍ଥାନ ପାଇଥିବା ବୋରିଗୁମା ବ୍ଲକ ଖସି ଆସି ପହଞ୍ଚିଛି ୧୪ନମ୍ବରରେ । ମୋଟ ୧୮ରୁ ଊଦ୍ଧ୍ୱର୍ ଫଳକରେ ଲାଗିଛି ପାଖପାଖି ୩କୋଟିରୁ ଊଦ୍ଧ୍ୱର୍ ଅନୁଦାନ ବ୍ୟୟବରାଦ ହୋଇଥିବା ସୂଚନା ଦିଆଯାଇଛି । ସେପଟେ ଚଳିତ ସରକାର ସମୟରେ ଏଭଳି କୋଟିକୋଟି ସରକାରୀ ଟଙ୍କାକୁ ଅବ୍ୟବହାର କରି ସରକାରୀ ବାବୁ ମାନେ ହରିଲୁଟ କରିଛନ୍ତି । ଏବେ ନୂଆ ସରକାର ଏସବୁ ପ୍ରକଳ୍ପ ଉପରେ ଦୃଷ୍ଟି ଦେଇ ସେ ସବୁର ତଦନ୍ତ କରିବା ଦରକାର ବୋଲି ବୁଦ୍ଧିଜୀବୀ ଦାବି ରଖିଛନ୍ତି ।