ଶିକ୍ଷୟିତ୍ରୀଙ୍କୁ ବିରୋଧ, ସ୍କୁଲ ଗେଟରେ ତାଲା
ାା ପ୍ରଭାନୁ୍ୟଜ ।ା ନୀଳଗିରି, : ସ୍କୁଲ ଫାଟକରେ ତାଲା ପକାଇ ସହକାରୀ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ଦେଲେ ନାହିଁ ଅଭିଭାବକ । ଘଣ୍ଟାଏ ପର୍ଯ୍ୟନ୍ତ ସ୍କୁଲ ହତା ବାହାରେ ଛିଡା ହେଲେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ । ନିଲମ୍ବନ ଓ ଅନ୍ୟତ୍ର ବଦଳି ନିଦେ୍ର୍ଦଶ ପରେ ଦିଦି କାହିଁକି ସ୍କୁଲକୁ ଆସୁଛନ୍ତି ବୋଲି କହି ସ୍କୁଲ ଫାଟକରେ ତାଲା ଝୁଲାଇଲେ ଅଭିଭାବକ । ବିନା କାରଣ ଓ ବିନା ନୋଟିସ୍ରେ ରାଜନୈତିକ ମତଭେଦ ରଖି ମୋତେ ଅନ୍ୟତ୍ର ପନିସମେଣ୍ଟରେ ବଦଳି କରାଯାଇଛି ବୋଲି ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଜଡିଦା ଗ୍ରାମର ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ମୁତାବକ, ଶନିବାର ସକାଳୁଆ ସ୍କୁଲ ଥିବାରୁ ସହକାରୀ ଶିକ୍ଷୟିତ୍ରୀ ବର୍ଷା ଜେନା ସ୍କୁଲକୁ ଯାଇଥିବା ସମୟରେ ଦିଦିଙ୍କୁ ସ୍କୁଲରୁ ସସ୍ପେଣ୍ଡ କରାଯାଇ ଅନ୍ୟତ୍ର ବଦଳି କରାଯାଇଛି । ହେଲେ ଦିଦି କାହିଁକି ଆମ ସ୍କୁଲକୁ ଆସୁଛନ୍ତି ବୋଲି କହିବା ସହ ଅଭିଭାବକମାନେ ଦିଦିଙ୍କୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକାଇଥିଲେ । ଦିଦି କାର୍ଯ୍ୟରେ ଅବହେଳା କରୁଛନ୍ତି; ସଠିକ୍ ସମୟରେ ସ୍କୁଲ ଆସୁନାହାନ୍ତି । ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏଭଳି ଅଭିଯୋଗ ପରେ ବିଇଓ ଗତ ୭ତାରିଖରେ ଏକ ତଦନ୍ତକାରୀ ଟିମ୍ ପଠାଇ ତଦନ୍ତ କରି ଉକ୍ତ ଶିକ୍ଷୟିତ୍ରୀଙ୍କୁ ସସ୍ପେଣ୍ଡ କରିବା ସହ ଉକ୍ତ ବ୍ଲକର କଦମଗଡି ସ୍କୁଲରେ ଯୋଗ ଦେବା ପାଇଁ ଚିଠି କରିଥିଲେ । ଦିଦି ଉକ୍ତ ଚିଠିକୁ ଗ୍ରହଣ ନ କରିବା ସହ ସ୍କୁଲକୁ ପଢାଇବା ପାଇଁ ଆସୁଥିଲେ । ଫଳରେ ଆଜି ଅଭିଭାବକ ଫାଟକରେ ତାଲା ପକାଇଥିଲେ । ସିଆରସିସି ଆସି ବୁଧାସୁଝା କରିବା ପରେ ଉତ୍ତେଜିତ ଅଭିଭାବକ ଫାଟକ ଖୋଲିଥିଲେ । ହେଲେ ଶିକ୍ଷୟିତ୍ରୀ ବର୍ଷା ଜେନା ସ୍କୁଲ କମିଟି ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜନୈତିକ ମତଭେଦ ରଖି ମୋତେ ବଦଳି କରାଯାଉଛି ବୋଲି କହିଛନ୍ତି ।