ଦୁଇ ବାଇକ୍ ଧକ୍କା ,୧ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ଓ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ମୃତ ବାଇକ୍ ଆରୋହୀ ଜଣକ ଗୋଛାପଡା ଥାନା ବାଲାନ୍ଦାପଡା ବଟାବାହାଲି ଗାଁର ଧନଞ୍ଜୟ ଦିଗାଲଙ୍କ ପୁଅ ଜିତେନ ଦିଗାଲ, ବୟସ ୨୧ ବର୍ଷ ବୋଲି ଜଣାପଡ଼ିଛି । ଗୁରୁତର ଆହତ ଜଣକ ସେହି ବାଳନ୍ଦାପଡା ପଞ୍ଚାୟତ ଅଧୀନରେ ଥିବା ବାଘପଦର ଗାଁର ଯୋଗେଶ୍ୱର କହଁର ବୋଲି ଜଣାପଡି ଥିବା ବେଳେ ତାଙ୍କୁ ଫୁଲବାଣୀରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ମୃତ ଯୁବକଙ୍କ ସହ ଅନ୍ୟଜଣେ ଯୁବକ ଏକ ବାଇକ୍ରେ କ୍ରାଣ୍ଡିବାଲି ଗାଁରୁ ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ସମୟରେ ଗୋଛାପଡା ଠାରୁ ବାଲନ୍ଦାପଡା ଯାଇଥିବା ମୁଖ୍ୟ ରାସ୍ତାର କାମଟଣା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଦୁଇଟି ବାଇକରେ ଚାରିଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସରେ ସମସ୍ତଙ୍କୁ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିସôାଲୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଫୁଲବାଣୀ ମେଡିକାଲରେ ଚିକିସôିତ ଅବସ୍ଥାରେ ଜିତେନ ଦିଗାଲଙ୍କ ମୃତ୍ୟ ହୋଇଥିଲା । ଖବର ପାଇଁ ଗୋଛାପଡା ପୋଲିସ ମେଡିକାଲରେ ପହଞ୍ଚି ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା ।