ବିଜେପିରେ ଯୋଗ ଦେଲେ ଶତାଧିକ ବିଜେଡ଼ି କର୍ମୀ

 ଝରିଗାଁ :ରାଜ୍ୟରେ ସହର ଠୁ ଗାଁ ଧିରେ ଧିରେ ବିଜେଡି ଦଳ ର ସଂଘଟନ ଭୁଶୁଡିବାରେ ଲାଗିଥିବା ବେଳେ ତୃଣମୂଳ ସ୍ତର ରେ କାର୍ଯ୍ୟ କରୁଥିବା କର୍ମୀ ମାନେ ବିଜେଡି ଦଳ କୁ ମୁହଁ ମୋଡି ଅନ୍ୟଦଳରେ ସାମିଲ ହେଉଛନ୍ତି । ଏହିପରି ବିଜେଡି ଦଳକୁ ଛାଡ଼ି ପଦ୍ମ ଧରିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଶତାଧିକ କର୍ମୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପୂର୍ଲା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହି ମିଶ୍ରଣ ପର୍ବରେ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ବିଜେଡି କର୍ମୀ ବିଜେଡି ଦଳକୁ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଯୋଗ ଦେଇଥିବା କର୍ମୀଙ୍କୁ ଝରିଗାଁ ବିଧାୟକ ନରସିଂ ଭତ୍ରା ଉପୟକନ, ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । କର୍ମୀମାନେ ବିଜେଡି ଦଳରେ ରହି ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଅଣଦେଖା କରିଥିବାରୁ ବିଜେପି ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।  କର୍ମୀମାନଙ୍କ ଏହି ନୂତନ ଯୋଗଦାନ ବିଜେପି ଦଳକୁ ସୁଦୃଢ କରିବ ବୋଲି କହିଛନ୍ତି ବିଧାୟକ ନରସିଂହ ଭତ୍ରା । ତେବେ ଏହି ମିଶ୍ରଣ ପର୍ବରେ ପାଟଖଲିଆ ସମିତି ସଭ୍ୟା ନିରୁପମା ଧୁରୁଆ, ନାୟବ ସରପଞ୍ଚ, ବେହେରାମୁଣ୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅନ୍ତ ସୋରି,ବିଜେଡିର ବରିଷ୍ଠ ନେତା ଡମ୍ବରୁ ମାଝୀ, ଅବସର ପ୍ରାପ୍ତ ମେଡିକାଲ ସୁପରଭାଇଜର ଭରତ ରାଉତ ସହ ବିଜେଡିର ଅନେକ ପଦ, ପଦବୀରେ ଥିବା କର୍ମୀମାନେ ଯୋଗ ଦେଇଛନ୍ତି ।  ତେବେ ଏହି କାର୍ଯ୍ୟକ୍ରମ ରେ ଝରିଗାଁ ବିଧାୟକ ନରସିଂହ ଭତ୍ରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ବିଜେପି ନେତା ପ୍ରଫୁଲ୍ଲ ପ୍ରଧାନୀ,ପ୍ରଭାତ ସୁନା,ପଞ୍ଚାନନ ବାବଳୀ, ସୁଜନ ଭକ୍ତ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।