ଦୁର୍ଘଟଣା ରୋକିବାକୁ ‘୪-ଇ’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗି ସଡକ ଦୁର୍ଘଟଣା । ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରାଯାଉଛି । ତଥାପି ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘୪-ଇ’ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ‘୪-ଇ’ ନିୟମକୁ ମାନି ଚଳିଲେ ସଡକ ଦୁର୍ଘଟଣାକୁ ରୋକା ଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହି ‘୪-ଇ’ ଗୁଡିକ ହେଲା :
ପ୍ରଥମ ଇ - ଏଡୁକେସନ୍ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି କରିବା ।
ଦ୍ୱିତୀୟ ଇ - ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା ।
ତୃତୀୟ ଇ - ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା ।
ଚତୁର୍ଥ ଇ - ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା ।
ଏହି ଚାରୋଟି ନିୟମକୁ ବାଦ୍ ଦେଲେ ମୁଁ ଆଉ ଦୁଇଟି ‘ଇ’ ଯୋଡ଼ିବାକୁ ଚାହୁଁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । ସେହି ଦୁଇଟି ‘ଇ’ ହେଉଛି ଏନ୍ଭାଇରନ୍ମେଣ୍ଟ ଓ ଏନ୍ଗେଜ୍ମେଣ୍ଟ । ଆମେ ଚାହୁଁ ନଥିଲେ ମଧ୍ୟ ସଡକ ଦୁର୍ଘଟଣାରେ ସାରା ବିଶ୍ୱରେ ଭାରତ ପ୍ରଥମ । ଏସବୁ ନିୟମକୁ ଆପଣାଇଲେ ୯୫ ପ୍ରତିଶତ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Samir Kumar Rout