ଏସସିବିରେ ଡାକ୍ତର ଓ କର୍ମଚାରୀ ଅନୁପସ୍ଥିତ ଘଟଣା: ଯାଞ୍ଚ କରିବ ଦଳ, ପ୍ରତି ସପ୍ତାହରେ ଦେବ ରିର୍ପୋଟ

  କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ (ଏସସିବିରେ) ଅଧିକାଂଶ ସମୟରେ ଡାକ୍ତର ଅନୁପସ୍ଥିତ ରହି ଘରୋଇ ଚିକିସôାଳୟରେ ସେବା ଯୋଗାଉଥିବା ଅଭିଯୋଗ ହେଉଛି । ଅଧିକାଂଶ ସମୟରେ କର୍ମଚାରୀଙ୍କ ଅନୁପସ୍ଥିତ ଯୋଗୁ ରୋଗୀସେବାରେ ବାଧା ଉପୁଜିଛି । ଏହି ପ୍ରସଙ୍ଗ ଓଡ଼ିଶା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କଟକ ସହର ସମସ୍ୟା ଶୁଣାଣି ବେଳେ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଏସସିବି ଅଧିକ୍ଷକ ପ୍ରଫେସର ଗୌତମ ଶତପଥି ପୂର୍ବରୁ ଥିବା ଦଳକୁ ଅଧିକ ସକି୍ରୟ କରିଥିବା ଜଣାପଡ଼ିଛି । ୩ଟି ନୂଆ ଦଳ ଗଠିତ ହୋଇଛି । ସେମାନେ ଦୈନନ୍ଦିନ ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି ଯାଂଚ କରିବା ସହିତ ପ୍ରତି ସପ୍ତାହରେ ରିର୍ପୋଟ ଦେବେ । ପ୍ରତି ସପ୍ତାହରେ ଦଳ ଯେଉଁ ରିର୍ପୋଟ ଦେବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । 
ଯାଞ୍ଚ କରିବା ପାଇଁ ଏସସିବିରେ ପୂର୍ବରୁ ଦଳ ରହିଥିଲା । ତେବେ ଏହି ଦଳ ଠିକ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଥିଲା । ଏବେ ୩ଟି ନୂଆ ଦଳକୁ ସକି୍ରୟ କରାଯାଇଛି । ଏସସିବି ଅଧିକ୍ଷକ ସହର ସମସ୍ୟା ସମ୍ପର୍କିତ ଶୁଣାଣିରେ ଦେଇଥିବା ସତ୍ୟପାଠରେ ଦର୍ଶାଇଥିଲେ ଯେ, ବର୍ହିବିଭାଗରେ ଡାକ୍ତର ଓ କର୍ମଚାରୀଙ୍କ ଡୁ୍ୟଟି ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ରହିଥାଏ । ମଧ୍ୟାହ୍ନ ଭୋଜନ ବିରତି ୧ଟା ରୁ ୨ଟା ରହିଛି । ଏନ୍ଏମସି ଗାଇଡ଼ଲାଇନ ମୁତାବକ ସବୁ ସମୟରେ ଜରୁରୀ ସେବା ବ୍ୟବସ୍ଥା ରହିଛି । ସଂପୃକ୍ତ ୱାର୍ଡ଼ ୟୁନିଟ ମୁଖ୍ୟ ପ୍ରତିଦିନ ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ୪ଟା ରୁ ୫ ମଧ୍ୟରେ ୱାର୍ଡ଼ ରାଉଣ୍ଡରେ ପର୍ଯ୍ୟାୟକ୍ରମେ ଯାଇଥାନ୍ତି । ପରାମେଡ଼ିକାଲ କର୍ମଚାରୀ, ନର୍ସିଂ ଅଧିକାରୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଡୁ୍ୟଟି ସମୟରେ ବିଭିନ୍ନ ସିଫ୍ଟ ଯଥା ସକାଳ ୮ଟାରୁ ୨ଟା, ଦିନ ୨ଟା ରୁ ୧୦ ଓ ରାତି ୧୦ଟା ରୁ ସକାଳ ୮ ଯାଏ ରହିଛି । ଆଂଚଳିକ ଡାଇଗ୍ନୋଷ୍ଟିକ ସେଣ୍ଟର ସବୁବେଳେ କାର୍ଯ୍ୟ କରୁଛି । ଡାକ୍ତରଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ରହିଛି । ଏ ସଂକ୍ରାନ୍ତରେ ଏସସିବି ଅଧିକ୍ଷକ ପ୍ରଫେସର ଶତପଥିଙ୍କୁ ପଚାରିବାରୁ ରୋଗୀଙ୍କ ସେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ । ଯଞ୍ଚ ଦଳ ପୂର୍ବରୁ ରହିଥିଲା । ତେବେ ଦଳରେ ଥିବା କେତେକ ସଦସ୍ୟଙ୍କ ଅନ୍ୟତ୍ର ବଦଳି ହେବାରୁ ରିର୍ପୋଟ ବିଳମ୍ବରେ ଆସୁଥିଲା । ଏବେ ଉକ୍ତ ଦଳକୁ ଅଧିକ ସଂଗଠିତ କରାଯାଇଛି । ସେମାନେ ଏସସିବିର ବିଭିନ୍ନ ବିଭାଗ ସହ ପାର୍ଥୋଲୋଜି ଓ ଆରଡ଼ିସି ପ୍ରଭୃତିକୁ ଆକସ୍ମିକ ପରିଦର୍ଶନ କରିବେ । ସପ୍ତାହକୁ ଥରେ ରିର୍ପୋଟ ଦେବେ ।