ନୂଆଁଖାଇରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

 ବରଗଡ: ନୂଆଁଖାଇରେ କେହି ଭୋକିଲା ନ ରହୁ । ଏପରି ଉଦେ୍ଦଶ୍ୟ ନେଇ ରୋଗୀ ତଥା ଅସହାୟଙ୍କୁ ଖାଦ୍ୟ ଯୋଗାଇଛି ବରଗଡ ଗୋରକ୍ଷକ ସଂଘ । ନୂଆଁଖାଇ ଯୋଗୁଁ ଗୁରୁବାର ବରଗଡ ସହରରେ ଦୋକାନ ବଜାର ବନ୍ଦ ରହିଥିଲା । ଏପରି ସମୟରେ ଡାକ୍ତରଖାନାରେ ଚିକିସôିତ ହେଉଥିବା ରୋଗୀ ତଥା ସଂପକୀୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ସହର ମଧ୍ୟରେ ରହୁଥିବା ବହୁ ଅସହାୟ ବ୍ୟକ୍ତି ବିଗତ ବର୍ଷ ମାନଙ୍କରେ ଆଜିର ଦିନରେ ଭୋକିଲା ରହି ଯାଉଥିଲେ । ଯାହାକୁ ଦୃଷ୍ଟିରେ ରଖି ବରଗଡ ଗୋରକ୍ଷକ ସଂଘ ସେମାନଙ୍କୁ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଥିଲା  । ଜିଲ୍ଳା ମୁଖ୍ୟ ଡାକ୍ତରଖାନା ଏବଂ ସହର ମଧ୍ୟରେ ଥିବା ପୁରୁଣା ଡାକ୍ତରଖାନା ପହଞ୍ଚି ରୋଗୀ ତଥା ସଂପକୀୟଙ୍କୁ ଖାଦ୍ୟ ଯୋଗାଇବା ସହ ସହର ମଧ୍ୟରେ ରହୁଥିବା ବହୁ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଇଥିଲା ।