ଗ୍ରୀଲ ଭାଙ୍ଗି ଅଳଙ୍କାର ଓ ଟଙ୍କା ଲୁଟ୍ 

 ନୀଳଗିରି : ବିଳମ୍ବିତ ରାତିରେ ଗ୍ରିଲଭାଙ୍ଗି ନଗଦ ଟଙ୍କା ସହ ସୁନାଅଳଙ୍କାର ଲୁଟ୍ ହୋଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ନୀଳଗିରି ଥାନା ବାଲିଗୋହିରୀ ଗ୍ରାମ ଓଲଡ଼ଙ୍ଗ ଛକ ନିକଟସ୍ଥ ଆକ୍ସିସ ବ୍ୟାଙ୍କ ପାଖ ମହାଲକ୍ଷ୍ମୀ କଲୋନୀରେ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ସ୍ଥାୟୀ ବସବାସ କରୁଥିବା ଶରତ ଚନ୍ଦ୍ର ବେହେରା (୭୦) ଗତ ୨୭ତାରିଖ ନିଜଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀରେ କେହି ଦୁର୍ବୃତ୍ତ ଝରକା ଗ୍ରିଲଭାଙ୍ଗି ଏକ ଟ୍ରଙ୍କ ଭାଙ୍ଗି ୨ଟି ସୁନା ଲକେଟ୍, ୩ଟି ସୁନା ମୁଦି ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ରୂପାର ତାଟିଆ, ଗୋଟିଏ ରୂପା ଚାମଚ ସମେତ ଆନୁମାନିକ ୨୦ହଜାର ଟଙ୍କା ଚୋରି କରିନେଇଥିବା ଶରତ ଚନ୍ଦ୍ର ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ଏକ ପୁଲିସ ଘଟଣାର ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ଅନୁସନ୍ଧାନ ଜାରି ରଖିଛି ।