୭୪ ଦିବ୍ୟାଙ୍ଗଙ୍କୁ ଜୀବନ ରକ୍ଷାକାରୀ କିଟ୍ ପ୍ରଦାନ
ରାୟଗଡ଼ା: ଦିବ୍ୟାଙ୍ଗଙ୍କୁ ସାହାର୍ଯ୍ୟର ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ୟୁଏଆଇଏଲଖଣି ପ୍ରକଳ୍ପ । ଉକ୍ରଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ସହଯୋଗୀ କମ୍ପାନୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରିଛି । ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉକôଳ ଆଲୁମିନା ଖଣି ପ୍ରକଳ୍ପ ତରଫରୁ ସାମାଜିକ ଦାୟିତ୍ୱବୋଧ ଅଭିଯାନ ଅଧୀନରେ ଦୁଇଦିନିଆ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ରାୟଗଡା ଓ କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟ ଏବଂ କାଶିପୁର ବ୍ଲକ୍ ଟିକିରି ଦୋରଗୁଡ଼ା ସ୍ଥିତ କ୍ଲବ ହାଉସ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୋଟ ୭୪ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୂର୍ବରୁ ଆୟୋଜିତ ସ୍ୱାସ୍ଥ୍ୟ କ୍ୟାମ୍ପରେ ଚିହ୍ନଟ କରାଯିବା ପରେ ସେମାନଙ୍କୁ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି ।କାର୍ଯ୍ୟକ୍ରମ କମ୍ପାନୀ ଖଣି ପ୍ରକଳ୍ପ ଅଧୀନରେ ସ୍ୱାବଲମ୍ବନ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ ସହଭାଗିତାରେ ସଫଳ ରୂପାୟନ ହୋଇଛି । କମ୍ପାନୀର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତା ଦର୍ଶାଇଥିବା ବେଳେ ଆଗାମୀ ଦିନରେ ଅନୁରୂପ କମ୍ପାନୀ ଓ ଏହାର ଆଖପାଖ ଅଂଚଳରେ ସମ୍ପ୍ରତି ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଖଣି ସିଏସଆର ମୁଖ୍ୟ ନିହାରିକା ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଖଣି ସିଏସଆରମୁଖ୍ୟ ନିହାରିକା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଖଣିଜ ପାଣ୍ଠି ସମନ୍ୱୟ ଅଧିକାରୀ ପ୍ରଶାନ୍ତ ମିଶ୍ର, ଥୁଆମୁଳ ରାମପୁର ବ୍ଲକ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ ଶିଶୁ ବିକାଶ ଓ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ ।