ଦୂଷିତ ପାଣିରେ ଚାଷ ଜମି କ୍ଷତିଗ୍ରସ୍ତ, ପ୍ରତିକାର ଦାବି
ପାପଡାହାଣ୍ଡି: ଚାଷ ଜମିରେ ଭାଙ୍ଗିଲା କାଚ, ମଇଳା ଆବର୍ଜନା ଭରପୁର ରହିଛି । ଗାଁ'ର ଯେତେ ମଇଳା ଆବର୍ଜନା ଡ୍ରେନେଜ ମଧ୍ୟରେ ଜମିରେ ଆସି ଜମା ହୋଇ ଦୂଷିତ କରିଛି ଚାଷ ଜମିକୁ ଶ୍ରମିକମାନେ ଏହି ଜମି ଭିତରେ ଯିବାକୁ ଅମଙ୍ଗ ହୋଇଛନ୍ତି ଫଳରେ ଆଜିକୁ ତିନି ବର୍ଷ ହେବ ଚାଷ ନ କରି ଜମି ପଡିଆ ରହିଛି । ଯାହାକି କ୍ଷତି ସହୁଥିବା କହିଛନ୍ତି ଜମି ମାଲିକ । ବର୍ଷକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର ହୋଉଥିବା ଜମି ଆଜି ମଇଳା ଆବର୍ଜନା ରହିବା ସହ ପଡିଆ ରହିଥିବା ହେତୁ ପରିବାର ଚଳିବା କଷ୍ଟ ହେଉଛି ବୋଲି କହିଛନ୍ତି । ନବରଙ୍ଗପୁର ମୈଦଲପୁର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ଉଚ୍ଚ ବିଦ୍ୟାଳୟ ନିକଟରେ ୬ ଏକର ଜମି ରହିଛି କିନ୍ତୁ ୨ ଏକର ଜମିରେ ଭଙ୍ଗା କାଚ ମଇଳା ଆବର୍ଜନା ରହିଥିବା ହେତୁ ଚାଷ କରି ପାରୁ ନାହାଁନ୍ତି ଚାଷୀ । ଚାଷ ଜମି ମାଲିକ ହେଉଛନ୍ତି ଡୁମରିପଦର ଗ୍ରାମର ଲକ୍ଷ୍ମୀ ପୂଜାରୀ । ସେ କହିବା ପ୍ରକାରେ ଆଜିକୁ ତିନି ବର୍ଷ ଏଭଳି ଅବସ୍ଥାରେ ମୋ ଜମି ରହିଛି, ମଇଳା ଆବର୍ଜନା ଓ ଭଙ୍ଗା କାଚ ରହିବା ଫଳରେ ଦୁଇ ଏକର ଚାଷ କରିବାକୁ ହେଉ ନାହିଁ । ଯାହା ମୁଁ ଏହି ଜମିରେ ଚାଷ ପରିବାର ଚଳୁଥିଲୁ ତାହା ଏବେ କ୍ଷତି ସହିବାକୁ ପଡୁଛି । ଜାତୀୟ ରାଜପଥର ଯେଉଁ ଡ୍ରେନେଜ ରହିଛି ମୈଦଲପୁର ମୁଖ୍ୟ ରାସ୍ତା ର ସବୁତକ ମଇଳା ଆବର୍ଜନା ଏହି ଜମିରେ ଆସି ଜମାଟ ବାନ୍ଧି ରହିଛି । ଆଉ ମୈଦଲପୁର ଏକ ଏହି ଅଞ୍ଚଳ ପାଇଁ ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ କିମ୍ବା ପଞ୍ଚାୟତ ପ୍ରଶାସନ ତରଫରୁ ମଇଳା ରଖିବା ସ୍ଥାନ ନିର୍ମାଣ କରି ନ ଥିବାରୁ ଲୋକମାନେ ଭଙ୍ଗା କାଚ, ମଇଳା ଜିନିଷ ଆଣି ଜମିରେ ଛାଡୁଛନ୍ତି । ଯଦି ପ୍ରଶାସନ ମଇଳା ରଖିବା ସ୍ଥାନ ନିର୍ମାଣ କରନ୍ତେ ତେବେ ଏଭଳି ପରିସ୍ଥିତି ଦେଖିବାକୁ ପଡି ନ ଥାନ୍ତା ବୋଲି ସାଧାରଣରେ ଆଲୋଚନା ହୋଇଛି । ଶୀଘ୍ର ଏହି ଜମି ଭିତରେ ଥିବା କାଚ, ମଇଳା ଆବର୍ଜନା ସବୁତକ କାଢି ସ୍ୱଚ୍ଛ ଭାରତ ଆଭିଯାନ ପାଇଁ ଏକ ମଇଳା ରଖିବା ସ୍ଥାନ ନିର୍ମାଣ କରିବାକୁ ଜମି ମାଲିକ ଓ ଅଞ୍ଚଳବାସୀ ଦାବି କରିଛନ୍ତି ।