ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସ୍କୁଲ ପରିଦର୍ଶନ

ନୂଆପଡା : ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ଖୋଲାଯାଇଛି । କୁନି କୁନି ଛାତ୍ରଛାତ୍ରୀ ସ୍କୁଲ ମୁହାଁ ହୋଇଛନ୍ତି । ସତେ ଯେପରି ବର୍ଷା ଋତୁର ଆଗମନରେ ସବୁଜ ପୁଷ୍ପଲତା ଯେଭଳି ଉନ୍ମୋଚିତ ହୋଇଥାଏ । ସ୍କୁଲ ଉପବନ ମଧ୍ୟ  ଛାତ୍ରଛାତ୍ରୀ ଉପସ୍ଥିତିରେ କୁସୁମିତ ହୋଇଛି । ଏହି ଅବସରରେ ସ୍କୁଲ ଗୁଡ଼ିକର ପରିଦର୍ଶନ କରାଯାଇଥିଲା । ଉକ୍ରଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ମିଶନ, ମୁକ୍ତାପୁର ପ୍ରାଥମିକ ସ୍କୁଲ, ଗଡରାମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲ, ବାଦୀ ଉଚ୍ଚ ପ୍ରାଥମିକ ସ୍କୁଲକୁ ପରିଦର୍ଶନ ସୂତ୍ରରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା ଓ  ସିଆରସିସି ଅରୁଣ ନାଗ ମାଣିକ୍ୟଦେବୀ ଯାଇଥିଲେ । ବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏକ ବୈଠକ ଆୟୋଜନ କରି ସ୍କୁଲ ଓ ଶ୍ରେଣୀ ପରିଚାଳନା ଉପରେ ଆଲୋଚନା କରିଥିଲେ । ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସେହିପରି କୋଟିପଦର ସିଆରସିସି ଜଗଦୀପ ଦାସ ସରକାରୀ ପ୍ରାଥମିକ ସ୍କୁଲ ଲକ୍ଷ୍ମୀପୁର, ପୋଡାପାଲି, ଭୋଜପୁର ,ଲୋହରାପଲି, ଚନାବେଡା, ଭାଲୁଡୁଙ୍ଗୁରି ପରିଦର୍ଶନ କରିଥିଲେ  ।