ଆରବିଆଇ ପ୍ରାକ୍ତନ ଅଧିକାରୀ ସୁଶାନ୍ତଙ୍କ ପରଲୋକ
ସମ୍ବଲପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପ୍ରାକ୍ତନ ଅଧିକାରୀ ଡଃ ସୁଶାନ୍ତ କୁମାର କର(୬୧)ଙ୍କ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିସôାଧୀନ ଅବସ୍ଥାରେ ଆଜି ପରଲୋକ ହୋଇଯାଇଛି । ସ୍ଥାନୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ ନିବାସୀ ଶିକ୍ଷାବିତ୍ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ପୁଅ ସୁଶାନ୍ତ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ଗଙ୍ଗାଧର ମେହେର କଲେଜରେ ପାଠପଢ଼ା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଏମଫିଲ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ସାମୟିକ ଭାବେ ଅଧ୍ୟାପନା ପରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେ ଯୋଗଦେଇ ୨୦୨୩ ମସିହା ଜୁନରେ ପ୍ରିନ୍ସିପାଲ ଚିଫ ଜେନେରାଲ ମ୍ୟାନେଜର (ପିସିଜିଏମ) ଭାବେ ଅବସର ଗ୍ରହଣ କରିଥିଲେ । ଆରବିଆଇରେ ମହାରାଷ୍ଟ୍ରର ବ୍ୟାଙ୍କିଙ୍ଗ ଲୋକପାଳ (ଓମବଡୁସମ୍ୟାନ) ଥିବାବେଳେ ସାଇବର ଅପରାଧ ସଚେତନତା ପୁସ୍ତକ ପ୍ରସ୍ତୁତିରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ଗଳ୍ପ ସଂକଳନ "ମାନସହଂସ' ସହିତ ଅନେକ ପ୍ରବନ୍ଧ ବିଭିନ୍ନ ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ତାଙ୍କ ପଛରେ ପନôୀ ଆରବିଆଇର ନିର୍ବାହୀ ନିଦେ୍ର୍ଦଶିକା ଚାରୁଲତା କର ଓ ଝିଅ ଏଠାରେ ଉଲ୍ଲଖ ଯୋଗ୍ୟ ଯେ ସ୍ୱର୍ଗତ ସୁଶାନ୍ତ କର ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜÿିଲ୍ଲା ଶାଖା ସଭାପତି ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ବଡ଼ ଭାଇ ଅଟନ୍ତି ।