ଦେବେନ୍ଦ୍ରଙ୍କ ବିୟୋଗରେ ଶୋକ

 ବ୍ୟାସନଗର:  ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ସହ ବିଜେପି ନେତା ସତ୍ୟନାରାୟଣ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଘଡ଼ାଇ ଶୋକବାର୍ତାରେ କହିଛନ୍ତି, ସ୍ୱର୍ଗତ ପ୍ରଧାନ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟିଙ୍କ ମନ୍ତ୍ରୀ ମଣ୍ଡଳରେ ଭୂପୃଷ୍ଠ ପରିବହନ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ରାଜ୍ୟ ତଥା ଦେଶର ଅନେକ ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଯାଇଛନ୍ତି । ରାଜ୍ୟର ଅନେକ ପ୍ରମୂଖ ରାସ୍ତ୍ାକୁ ଜାତୀୟ ରାଜପଥରେ ପରିଣତ କରିବାରେ ତାଙ୍କର ଥିଲା ବିଶେଷ ଅବଦାନ । ସେ ଜଣେ ବନ୍ଧୁ ବସôଳ, ମେଳାପି ଏବଂ ନୀତି ଆଦର୍ଶର ମଣିଷ । ତାଙ୍କ ସହିତ ମୋର ବ୍ୟକ୍ତିଗତ ସୁ-ସଂପର୍କ ଥିଲା । ସ୍ୱର୍ଗତ ପ୍ରଧାନଙ୍କ ବିୟୋଗ ରାଜ୍ୟ ରାଜନୈତିକ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ରକୁ ଅବସାନ ଘଟିଲା । ମୁଁ ମୋର ଜଣେ ପରମ ବନ୍ଧୁଙ୍କୁ ହରାଇଲି । ସେହିପରି ବିଜେପି ନେତା ସତ୍ୟ ନାରାୟଣ ମହାନ୍ତି ଶୋକବାର୍ତାରେ କହିଛନ୍ତି କି ସ୍ୱର୍ଗତ ପ୍ରଧାନଙ୍କ ନୀତି ଆଦର୍ଶ ଆମକୁ ବେଶ ପ୍ରୋସôାହିତ କରିଥିଲା । ରାଜ୍ୟରେ ବିଜେପିକୁ ଉତଥାନ କରିବାରେ ତାଙ୍କର ଭୂମିକା ଅତୁଳନୀୟ ରହିଥିଲା । ତାଙ୍କ ବିୟୋଗରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ଏବଂ ଦୁଖିତ ।