ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ବଣ୍ଟନ 

 ଢେଙ୍କାନାଳ :  ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାସ୍ତରୀୟ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି  । ଉସôବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଦେଶ ଗଠନରେ ନିର୍ମାଣ ଶ୍ରମିକମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ  । ସେମାନେ ସମସ୍ତ ପ୍ରକାର ସମ୍ମାନର ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ  । ନିର୍ମାଣ କାର୍ଯ୍ୟ ସମୟରେ ଶ୍ରମିକ ଭାଇ ଭଉଣୀମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ  । ଏହି ଅବସରରେ ସେ, ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡÿରେ ପଞ୍ଜିକୃତ ଶ୍ରମିକମାନଙ୍କୁ ବିବାହ ସହାୟତା, ମୃତୁ୍ୟଜନିତ ସହାୟତା, ଶବ ସକôାର ସହାୟତା, ଶିକ୍ଷା ସହାୟତା, ମାତୃତ୍ୱ ସହାୟତା ରାଶି ଏବଂ ଜବ୍ କାର୍ଡÿ ପ୍ରଦାନ କରିଥିଲେ । ଉସôବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଂଜନ  ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଦ୍ୱାରା ମିଳୁଥିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ହାସଲ କରି ଲାଭାନ୍ୱିତ ହୋଇ ଦେଶ ନିର୍ମାଣରେ ସହାୟକ ହେବାକୁ କହିଥିଲେ  । ଲେବର କମିଶନର ମୋନାଲିସା ନାୟକ ପଞ୍ଜିକୃତ ଶ୍ରମିକମାନଙ୍କ ନିମନ୍ତେ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ  । ପ୍ରାରମ୍ଭରେ ଆସିଷ୍ଟାଣ୍ଟ ଲେବର ଅଫିସର ସଂଗ୍ରାମ ଦଳେଇ ସ୍ୱାଗତ ଭାଷଣ ଦେଇଥିଲେ ।  ଆଜି ଜିଲ୍ଲାର ୭୪ ଜଣ ଶ୍ରମିକଙ୍କୁ ଝିଅ ବିବାହ ନିମନ୍ତେ ୩୭ ଲକ୍ଷ, ୭୬ ଜଣଙ୍କୁ ମୃତୁ୍ୟ ଜନିତ ସହାୟତା ସ୍ୱରୂପ ୧ କୋଟି ୫୭ ଲକ୍ଷ, ୧୦୧ ଶବ ସକôାର ନିମନ୍ତେ ୫ ଲକ୍ଷ ୫ ହଜାର, ୩୬ ଜଣଙ୍କୁ ଶିକ୍ଷା ନିମନ୍ତେ ୪ ଲକ୍ଷ ୮ ଶହ ଏବଂ ୫ ଜଣକୁ ୫୦ ହଜାର ଟଙ୍କା ମାତୃତ୍ୱ ସହାୟତା ରାଶି ପାଇଛନ୍ତି । ୨୫୦ ଜଣଙ୍କୁ ମଧ୍ୟ ପରିଚୟ ପତ୍ର ପ୍ରଦାନ କରାଯାଇଛି  । ଉସôବରେ ଜିଲ୍ଲା ଶ୍ରମ ଅଧିକାରୀ ରସ୍ମିତା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତାର ଉପସ୍ଥିତି ଥିଲେ  । ଶେଷରେ ଆସିଷ୍ଟାଣ୍ଟ ଲେବର ଅଫିସର ବୈଜୟନ୍ତୀ ମଲ୍ଲିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।