ସାଙ୍ଗ ହୋଇ ଯୁବକଙ୍କୁ ମାରିଦେଲେ

ସାଙ୍ଗ ହୋଇ ଯୁବକଙ୍କୁ ମାରିଦେଲେ

ଗଞ୍ଜାମ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା  । ବେଗୁନିଆପଡା ଥାନା ବି ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଖବର ଆସିଛି  । ଉକ୍ତ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଁଞ୍ଚି  ଛାନଭିନ୍‌ ଜାରି କରିଛନ୍ତି   । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ହେଉଛନ୍ତି ନିରାକାର ଦାସ  । ଜଣେ ଯୁବକଙ୍କୁ  ୩ ରୁ ଉର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରି ଦେଇଛନ୍ତି   ।  ଏନେଇ ତଦନ୍ତ ଜାରି ରହିବ ବୋଲି ଖବର ପ୍ରକାଶ ପାଇଛି ।  ହତ୍ୟା ଖବର ପାଇ ପରିବାର ଲୋକେ କୋହରେ କାନ୍ଦି କାନ୍ଦି ତଳେ ଗଡିଯାଉଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ବି ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।