ଧର୍ମଶାଳା ହିଂସାକାଣ୍ଡ: ଡିଜିପିଙ୍କୁ ଭେଟିଲା ବିଜେଡି
ଭୁବନେଶ୍ୱର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଗତ ଏପ୍ରିଲ୍ ୧୩ ତାରିଖରେ ଆରୁଅ ଗ୍ରାମରେ ହୋଇଥିବା ସଂଘବଦ୍ଧ ହିଂସାତ୍ମକ ଆକ୍ରମଣ ଘଟଣାରେ ଆଜି ବିଜୁ ଜନତା ଦଳର ଏକ ଉଚ୍ଚÿସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନାଙ୍କ ନେତୃତ୍ୱରେ ପୋଲିସ୍ ମହାନିଦେ୍ର୍ଧଶକଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଗତ ୧୦ ମାସ ମଧ୍ୟରେ ବଳବନ୍ତରାୟଙ୍କ ଉପରେ ୮ ଥର ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରିନାହିଁ । ଏସ୍ପି ଏବଂ ପଦସ୍ଥ ପୋଲିସ୍ ଅଫିସରଙ୍କର ସଲାସୁତରାରେ ୩ ଜଣ ବ୍ୟକ୍ତିଙ୍କୁ ସରେଣ୍ଡର କରାଯାଇଛି, ଯେଉଁମାନଙ୍କର ଏ ଅପରାଧ ସହିତ ସମ୍ପୃକ୍ତି ନାହିଁ । ନିର୍ବାଚନ ମଣ୍ଡଳୀ ଗସ୍ତର ପୂର୍ବ ସୂଚନା ପୋଲିସ୍କୁ ପ୍ରଦାନ କରି ଶ୍ରୀ ବଳବନ୍ତରାୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ, ବାସଗୃହ ଓ ଗାଡି ଉପରକୁ ୮ ଥର ଆକ୍ରମଣ ହୋଇଛି । ବାରମ୍ବାର ଏତଲା ଦାୟର କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଆଜି ପୋଲିସ୍ ମହାନିଦ୍ରେ୍ଦଶକଙ୍କ ସହ ବିଜେଡିର ପ୍ରତିନିଧି ମଣ୍ଡଳୀ ସମୁଦାୟ ଘଟଣା ସମ୍ପର୍କରେ ବିସ୍ତୁତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।