ପ୍ରଶାନ୍ତଙ୍କ ପରିବାରକୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ
ବାଲେଶ୍ୱର : କାଶ୍ମୀରର ପହଲ୍ଗାମ୍ ପର୍ଯ୍ୟଟନସ୍ଥଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତୁ୍ୟବରଣ କରିଥିବା ସମାଜସେବୀ ସ୍ୱର୍ଗତ ମୃତୁ୍ୟଞ୍ଜୟ ଶତପଥୀଙ୍କ ମଧ୍ୟମପୁତ୍ର ସ୍ୱର୍ଗତ ପ୍ରଶାନ୍ତ କୁମାର ଶତପଥୀଙ୍କ ଈଶାଣୀ ସ୍ଥିତ ବାସଭବନରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମଞ୍ଚର ଜିଲ୍ଲା ସାଧାରଣ ସଂପାଦକ ଦାମୋଦର ନାୟକ, ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଓ ସଭ୍ୟ ରବି କୁମାର ପାଣିଗ୍ରାହୀ ପ୍ରମୁଖ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ରାଜ୍ୟ କମିଟିର ସାଧାରଣ ସଂପାଦକ ଡ. ଯୁଗଳ କିଶୋର ସାହୁଙ୍କ ପକ୍ଷରୁ ଶୋକ ଓ ସମବେଦନା ବାର୍ତ୍ତା ଜଣାଇଥିଲେ ।