ଧାନ ମଣ୍ଡି ଉଦ୍ଘାଟିତ
ସାରସକଣା : ସାରସକଣା ବ୍ଲକର ଶୀର୍ଷା ଲ୍ୟାମ୍ପସ୍ ଅଧୀନରେ ଧାଙ୍ଗୁଡ଼ି ଷୋଳ ଆରଏମସି ଗୋଦାମ ଗୃହ ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ମଣ୍ଡିକୁ ବିଧାୟକ ଭାଦବ ହାଁସଦା ଉଦ୍ଘାଟନ କରିଥିଲେ । ଏହି ଲ୍ୟାମ୍ପସ୍ରେ ମୋଟ ୧୧୯୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଆଜି ପାଞ୍ଚ ଜଣ ଚାଷୀ ୨୦୬ କିଲୋ ଧାନ ବିକ୍ରି କରିଛନ୍ତି । ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଧାୟକ ଭାଦବ ହାଁସଦାଙ୍କ ସହ ସାରସକଣା ବିଡ଼ିଓ ସୁମନ ରାଜା,ଏମ୍ଡି ଘନଶ୍ୟାମ ରଣା, ସିନିୟର ଉପ ଏଆରସିଏସ ଅଶୋକ କୁମାର ପାଣି, ଯୁଗ୍ମ ନିବନ୍ଧକ କୃଷ୍ଣଚନ୍ଦ୍ର ଦାସ, ଉପନିବନ୍ଧକ ବିଜୟ ଟୁଡୁ , ସରପଞ୍ଚ ଲୋକେଶ୍ୱର ନାଏକ , ଆରଏମ୍ସି ଶିବଶଙ୍କର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ଧାଙ୍ଗୁଡ଼ିଶୋଳ ଠାରେ କାର୍ଯ୍ୟକ୍ରମ ସାରିବା ପରେ ବିଧାୟକ, ଜିଲ୍ଲା ଅଧିକାରୀ ଓ ବିଡ଼ିଓ ସହିତ ସାରସକଣା ଲ୍ୟାମ୍ପସ୍କୁ ଯାଇ ମଣ୍ଡିର ଶୁଭାରମ୍ଭ କରି ବିଶୋଇକୁ ଗସ୍ତ କରିଥିଲେ ।