ଗୋଚର-ଅନାବାଦୀ ଜମି ଉଚ୍ଛେଦ

 ବ୍ରହ୍ମବରଦା : ରସୁଲପୁର ତହସିଲ ଅନ୍ତର୍ଗତ ବନ୍ଧଡ଼ିହ ମୌଜାରେ ଦୀର୍ଘ ବର୍ଷ ହେବ କିଛି ଲୋକଙ୍କ ଜବର ଦଖଲରେ ଥିବା ଏକର ଏକର ଗୋଚର ଜମିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ରସୁଲପୁର ପ୍ରଖଣ୍ଡ ରାଜସ୍ୱ ବିଭାଗର ଆରଆଇ, ଅମିନ ଏବଂ ଶହଶହ ଗ୍ରାମବାସୀଙ୍କ ଉପସ୍ଥିତରେ ମୌଜା ଅଧୀନରେ ଥିବା ଜମି ଗୁଡିକ ମାପଚୁପ କରାଯାଇ ଖୁଣ୍ଟ ପୋତା ଯାଇଥିଲା । ଉଚ୍ଛେଦ କାର୍ଯ୍ୟକ୍ରମ ପ୍ରାୟ ୫ଦିନ ଧରିଚାଲୁ ରହିବ ବୋଲି ସୂଚନାମିଳିଛି । ପୂର୍ବରୁ ଉକ୍ତ ମୌଜାରେ ପାଖାପାଖି ୩୬ଏକର ଗୋଚର ଓ ଅନାବାଦୀ ଜମିକୁ କିଛି ଲୋକ ଜବର ଦଖଲକରି ନିଜ ଅଧିନରେ ରଖିଥିଲେ ବୋଲି ଏହି ମାପଚୁପ୍ରୁ ଜଣାପଡିଛି ।