କାଣ୍ଡିଆ ଜଳପ୍ରପାତରେ ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ
ସାରସକଣା: ପିକ୍ନିକ୍ କରିବାକୁ ଆସି କାଣ୍ଡିଆ ଜଳପ୍ରପାତରେ ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ମୃତଦେହ । ମୃତକ ଜଣକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭) । ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ଟୁ୍ୟସନ ସାଙ୍ଗମାନଙ୍କ ସହ ନିଶିକାନ୍ତ ପିକ୍ନିକ୍ ଆସିଥିବାବେଳେ ଗାଧୋଇବାକୁ ଯାଉଥିବା ସମୟରେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘଟଣା ଘଟିଥିବାବେଳେ ବହୁ ଖୋଜା ଖୋଜି ପରେ ସୋମବାର ସକାଳ ପ୍ରାୟ ୮ଟା ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ଖବର ପାଇଁ ଘଟଣା ସ୍ଥଳରେ ଗତକାଲି ବିଧାୟକ ଭାଦବ ହାଁସଦା ପହଞ୍ଚି ଘଟଣା ବୁଝିବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଏହି ପର୍ଯ୍ୟଟନ ସ୍ଥଳୀରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ ସେଥିପାଇଁ ପଦକ୍ଷେପ ନେବାକୁ ମଧ୍ୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।