ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ୩ ଗିରଫ 

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ୩ ଗିରଫ 

ନୂଆଦିଲ୍ଲୀ : ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ । ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଦଳ ଲୋନିର ଏକ କାରଖାନାରେ ଚଢାଉ କରି ନକଲି ଔଷଧ ଓ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ କଞ୍ଚାମାଲ ଜବତ କରିଛି । ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଉଦ୍ଧାର ସାମଗ୍ରୀ ଜବତ କରିବା ସହ କାରଖାନାକୁ ସିଲ୍‌ କରିଛନ୍ତି । ଏହି ଘଟଣାରେ କାରଖାନା ମାଲିକ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚର ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ସେମାନଙ୍କ ଗ୍ୟାଙ୍ଗରେ ସାମିଲ ଅନ୍ୟ ବ୍ୟକ୍ତି ଏବଂ ନକଲି ଔଷଧର କ୍ରେତାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି । ଅଭିଯୁକ୍ତମାନେ ଚର୍ମରୋଗ ପାଇଁ ନକଲି ଔଷଧ ତିଆରି କରୁଥିଲେ । ଯାହା ସମଗ୍ର ଉତ୍ତର ଭାରତରେ ଯୋଗାଣ ହେଉଥିଲା ବୋଲି କହିଛନ୍ତି । ସେମାନେ ପ୍ରମୁଖ କମ୍ପାନୀଗୁଡ଼ିକର ଲେବଲ୍‌ ବ୍ୟବହାର କରି ଏହି ନକଲି ଔଷଧ ବିକ୍ରି କରୁଥିଲେ ।