ନାବାଳକର ମୃତଦେହ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସୋର୍ଲୁକୋଣ୍ଡା ଗ୍ରାମର ଗୋଟିଏ ଜମି ମଧ୍ୟରେ ଥିବା ଆମ୍ବ ଗଛରେ ଜଣେ ନାବାଳକ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ନାବାଳକ ଜଣକ ସେହି ଗ୍ରାମର ହୋଇଥିବା ବେଳେ ତା ନାମ ପ୍ରଶାନ୍ତ ମାଡକାମି ବୋଲି ଜଣାପଡିଛି । ତେବେ ଏହି ନାବାଳକଟି ଗତ କିଛି ଦିନ ତଳେ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସେ ଆତ୍ମ ହତ୍ୟା କରିଛି ନା କେହି ତାକୁ ହତ୍ୟା କରିଛନ୍ତି ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଝୁଲନ୍ତା ଅବସ୍ଥାରେ ନାବାଳକର ମୃତ ଦେହଟିକୁ ଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଓରକେଲ ପୋଲିସକୁ ଜଣାଇଥିବା ବେଳେ ଖବର ପାଇଁ ଓର୍କେଲ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ଶବକୁ ଜବତ କରି ୩/୨୫ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ନାବାଳକର ମୃତ ଦେହ ଜବତ କରିଛି । ତେବେ ଆଜି ସାଇଣ୍ଟିଫିକ ଟିମ୍ ଆସି ଘଟଣାର ସମ୍ପୂର୍ଣ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅପର ପକ୍ଷରେ ମୃତ ଛାତ୍ରଙ୍କ ପରିବାର ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଘଟଣାର ଉଚ୍ଚÿସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।