ଥାନାଧିକାରୀଙ୍କୁ ବିଜେପି କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା 

ରାଜନଗର: ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ବିମଳକୁମାର ମଲ୍ଲିକଙ୍କୁ ବିଜେପିର ୩୨ନମ୍ବର ଜୋନ(ମଣ୍ଡଳ) କାର୍ଯ୍ୟକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଛନ୍ତି । ସାମୁଦ୍ରିକ ଥାନାଧିକାରୀ ଭାବେ ଶ୍ରୀ ମଲ୍ଲିକ ଯୋଗ ଦେବା ପରେ ୩୨ନମ୍ବର ମଣ୍ଡଳର ବିଜେପି କାର୍ଯ୍ୟକର୍ତା ପ୍ରାକ୍ତନ ସରପଞ୍ଚ ପ୍ରକାଶ ମଣ୍ଡଳ, ସୁଜିତ କୁମାର ମାଇତି, ରମେଶ ଭୂୟାଁ, ବାବୁ ମାଇତି, ମାଣିକ ମଣ୍ଡଳ, ଅଶୋକ ଜେନା, ଭବେଶ ମଣ୍ଡଳ, ଆଦିତ୍ୟ ପାତ୍ର, ମହେଶ୍ୱର ମଣ୍ଡଳ, ଆଲୋକ ଖମାରୀ, ମନୋଜ ବେହେରା, ପ୍ରଦୀପ କୁଣ୍ଡୁ, ରଶ୍ମନିରଂଜନ ଦାସ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍ଥାନୀୟ ଅଞ୍ଚଳର ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।