ବିଦ୍ୟାଳୟର ବାର୍ଷିକୋତ୍ସବ

  ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ସାଏଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଓ ଆଲୁମନି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ୨୦୨୪-୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ଆଲୁମିନି ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ରୂପେ ଆଇନ ସେବା ପ୍ରାଧିକାରଣର ମୁଖ୍ୟ ପ୍ରତିପକ୍ଷ ଓକିଲ ଅଶୋକ ପଟ୍ଟନାୟକ, ଆଲୁମିନି ସଂଘର ସଭାପତି ସୁରେନ୍ଦ୍ରନାଥ ପାଢ଼ି ଓ ସହକାରୀ ଶିକ୍ଷକ ସନ୍ଦୀପ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂଜା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କ ଉଦେ୍ଦଶ୍ୟରେ ସ୍ୱାଗତ ସଂଗୀତ ଆବୃତ୍ତି କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଆଲୁମିନମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଠିକ୍ ସେହିପରି ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ଅତିଥିମାନେ ଆମ ସଂସ୍କୃତି ଆମ ଖେଳନା, ଗଣିତ ଓ ବିଜ୍ଞାନ ମେଳା ପରିଦର୍ଶନ କରି କୃତି ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ । ଏଥିସହିତ ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ସହକାରୀ ଶିକ୍ଷକଶିକ୍ଷୟତ୍ରୀ ମଧ୍ୟରୁ ଜୟଦେବ ପଣ୍ଡା, ଶିବ ପ୍ରସାଦ ପାତ୍ର, ଦୁର୍ଗା ମାଧବ ପାଢ଼ୀ, ମାନସ ରଞ୍ଜନ ସେନାପତି, ରଞ୍ଜିତ ପରିଜା, ଅନିମା ମହାନ୍ତି, ପ୍ରିୟମ୍ବଦା ବିଶ୍ୱାଳ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଶତପଥି, ସନ୍ଧ୍ୟା ରାଣୀ ମହାପାତ୍ର, ସ୍ମତିକା ଓଝା ଏବଂ ବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।