ନାବାଳିକା ଅପହରଣ ଅଭିଯୋଗ
ବାଲିକୁଦା : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ଦଳେଇ ସାହିର ଜନୈକା ନାବାଳିକାକୁ ୪ଟି ପିଲାର ବାପା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ନାବାଳିକାର ମାଆ ଥାନାରେ ଅଭିଯୋଗ କରିବାର ସପ୍ତାହେ ହୋଇଥିଲେ ବି ପୁଲିସ ନାବାଳିକାକୁ ଉଦ୍ଧାର କରିପାରିନି । ଅଭିଯୋଗ ମତେ ଗତ ଶନିବାର ସନ୍ଧ୍ୟାରେ ବରୀ ଥାନା ଅନ୍ତର୍ଗତ କାକୁଡ଼ିକୁଦ ଗ୍ରାମର ଶ୍ରୀଧର ଦଳେଇଙ୍କ ପୁଅ ଗୌରା(୫୦)ଚାରିନଙ୍ଗଳ ଦଳେଇ ସାହିର ଜନୈକା ନାବାଳିକାକୁ ପ୍ରଲୋଭିତ କରି ସାଥିରେ ନେଇଯାଇଛି । ଗୌରା ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି ବୋଲି ଅଭିଯୋଗ ହୋଇଛି ।ଘଟଣା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ମୁକୁନ୍ଦ ଚରଣ ମୋଦିଙ୍କୁ ପଚାରିବାରେ ଅଭିଯୁକ୍ତ ଘର ବରୀ ଥାନା ଅଂଚଳରେ ଆମେ ଦୁଇଥର ଚଢାଉ କରିଛୁ । ସେମାନେ ଫେରାର ଅଛନ୍ତି । ତେବେ ଖୁବ ଶିଘ୍ର ସେମାନଙ୍କୁ ଧରାଯିବ ବୋଲି ବିଶ୍ୱାସ ଦେଇଥିଲେ ।