ସହିଦ ପ୍ରମୋଦ ଶତପଥୀଙ୍କ ସ୍ମୃତି ରକ୍ଷା ପାଇଁ ସାଧାରଣ ବୈଠକ
ାା ପ୍ରଭାନୁ୍ୟଜ ।ା ସିଂହପୁର: ବିଞ୍ଝାରପୁର ସ୍ଥିତ କଲ୍ୟାଣେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଶହୀଦ ପ୍ରମୋଦ ଶତପଥିଙ୍କ ସ୍ମୃତି ରକ୍ଷାପାଇଁ ସୀମନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନୀରବ ପ୍ରାର୍ଥନା ପରେ ତାଙ୍କ ବୀରତ୍ୱ ଓ ସ୍ମୃତିକୁ ବଖାଣି ଥିଲେ । ଆସନ୍ତା ମଇ ମାସ ୧୦ ତାରିଖ ତାଙ୍କର ଜନ୍ମଦିନରେ କଲ୍ୟାଣେଶ୍ୱର ଛକ ନିକଟ ପଡିଆରେ ତାଙ୍କର ଏକ ପ୍ରତିମୂର୍ତି ସ୍ଥାପନା ପାଇଁ ବୈଠକରେ ସମସ୍ତେ ମତ ରଖିଥିଲେ । ପରିଶେଷରେ ଶହିଦ ପ୍ରମୋଦ ଶତପଥି ସ୍ମୃତି କମିଟି ଗଠନ କରଯାଇଥିଲା । କମିଟିର ଉପଦେଷ୍ଟା ମଣ୍ଡଳୀରେ ପ୍ରାକ୍ତନ ଲୋକପ୍ରତିନିଧି ରାମଚନ୍ଦ୍ର ବେହେରା, ରବୀନ୍ଦ୍ର କୁମାର ଜେନା, କମଳାକାନ୍ତ ଶତପଥି, ରବୀନ୍ଦ୍ର କୁମାର ସ୍ୱାଇଁ, ରଞ୍ଜନ ଜେନାଙ୍କୁ ବିବେଚିତ କରିଥିବା ବେଳେ କମିଟିର ସଭାପତି ଭାବେ ସରୋଜ କୁମାର ସାହୁ, ଉପସଭାପତି ଶ୍ରୀକାନ୍ତ ପ୍ରଧାନ ଓ ସମ୍ପାଦକ ସୀମାନ୍ତ କୁମାର ପାତ୍ର ପ୍ରମୁଖଙ୍କୁ ଚୟନ କରାଯାଇଥିଲା । କମିଟିର ଅନ୍ୟତମ ସଦସ୍ୟ ଭାବେ ଭୁବନାନନ୍ଦ ସାମଲ, ମିହିର ରାଉତ, ଅକ୍ଷୟ ବିଶ୍ୱାଳ, ନିରଞ୍ଜନ ସାହୁ, ହରିଶ ସାହୁ, ବିଜୟାନନ୍ଦ ଦାସ, ସୁଶାନ୍ତ ନାୟକ ଓ ଧୀରେନ ଦାସ ପ୍ରମୁଖ ରହିଥିଲେ । କମିଟିରେ ଶହିଦଙ୍କ ପ୍ରତିମୂର୍ତି ସ୍ଥାପନାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବିତ ହେବା ପରେ କଳାମାଟିଆ ଠାରୁ ଦଶରଥପୁର ଭାୟା କଲ୍ୟାଣେଶ୍ୱର ଛକ ମଧ୍ୟ ଦେଇ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଏକ ରାସ୍ତାକୁ ତାଙ୍କ ନାମରେ ନମିତା କରିବା ପାଇଁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କୁ ପରବର୍ତୀ ମୁହୂର୍ତରେ ଦାବି ପ୍ରସ୍ତାବ ଗୃହିତ ହୋଇଥିଲା ।