ଖଣି ବିଭାଗ ଚଢାଉ : ୪ ହାଇୱା ଓ ୧ ଟ୍ରାକ୍ଟର ଜବତ

ଖଣି ବିଭାଗ ଚଢାଉ : ୪ ହାଇୱା ଓ ୧ ଟ୍ରାକ୍ଟର ଜବତ

ଯାଜପୁର : ଯାଜପୁର ଖଣି ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ୍‌ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ୪ହାଇୱା ଏବଂ ଗୋଟିଏ ଟ୍ରାକ୍ଟର ଜବଦ କରାଯାଇଛି । ସଦର ଥାନା ଅଂଚଳର ସାନ କୁଝାଲା ନିକଟରୁ ୩ ଗୋଟି ବେଆଇନ୍‌ କଳା ପଥର ବୋଝେଇ ହାଇୱା ଓ ସପ୍ନେଶ୍ୱର୍‌ପୁର ନିକଟରୁ ଗୋଟିଏ ବାଲି ବୋଝେଇ ହାଇୱା ଓ ଗୋଟିଏ ବାଲି ବୋଝେଇ ଟ୍ରାକଟର ଜବତ ହୋଇଥିବା ଜଣାପଡିଛି । ଖଣି ବିଭାଗ ପକ୍ଷରୁ କନିଷ୍ଠ ଖଣି ଅଧିକାରୀ ସିତେଶ କୁମାର ନାୟକ, ଛାୟାକାନ୍ତ ମହାନ୍ତ ଓ ପୁଲିସ ପକ୍ଷରୁ ମିଳିତ  ଚଢ଼ାଉ କରି ସଦର ଥାନାକୁ ହସ୍ତାନ୍ତର କରାଯାଇଛି ।