ବିଦୁ୍ୟତ ଆଘାତରେ ଯୁବକ ମୃତ ଘଟଣା.... ମାନବାଧିକାର ଆୟୋଗରେ ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ଯାଜପୁର : ଚଳିତ ମାସ ୧୮ତାରିଖ ଯାଜପୁର ରୋଡ ଥାନା ଅନ୍ତର୍ଗତ ଖପୁରିଆପଦା ବ୍ରାହ୍ମଣଗାଁ ଗ୍ରାମର ଜିତେନ୍ଦ୍ର ସାହୁ(୨୫)ଙ୍କ ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ମୃତୁ୍ୟ ଘଟଣା ମାନବାଧିକାର ଆୟାଗରେ ପହଞ୍ଚିଛି । କୁମ୍ଭିରାଗଡ଼ିଆ ଗ୍ରାମର ସାମାଜିକ କର୍ମୀ କଳ୍ପତରୁ ଧଳ ମାନବାଧିକାର ଆୟୋଗରେ କରିଥିବା ଅଭିଯୋଗରେ ଯୁବକ ମୃତୁ୍ୟ ଘଟଣାରେ ହତ୍ୟା ମାମାଲା ରୁଜୁ କରାଯିବା ସହ ମୃତକ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଟିପିଏନଓଡ଼ିଏଲ ପ୍ରଦାନକରିବାକୁ ନିଦେ୍ର୍ଦଶ ଦେବା ନିମିତ ନିବେଦନ କରିଛନ୍ତି । ଶ୍ରୀ ଧଳ କରିଥିବା ଆବେଦନରେ ଦର୍ଶାଇଛନ୍ତି କି ଭରତ ସାହୁଙ୍କ ପୁଅ ଜିତେନ୍ଦ୍ର ମୃତୁ୍ୟ ପାଇଁ ଟିପିଏନଓଡ଼ିଏଲ କର୍ତ୍ତୃପକ୍ଷ ଉତ୍ତରଦାୟୀ । ଜିତେନ୍ଦ ତାଙ୍କ ବାଡ଼ିରେ ପରିବାର ତୋଳୁଥିବା ବେଳେ ଖୁବ କମ୍ ଉଚ୍ଚତାରେ ଝୁଲିକି ରହିଥିବା ୧୧କେଭି ତାର ସଂସ୍ପର୍ଶରେ ଆସିବାର ମୃତୁ୍ୟ ବରଣ କଲେ । ଜନବସତି ଅଞ୍ଚଳରେ ଉଚ୍ଚ କ୍ଷମତା ସଂପର୍ଣ୍ଣ ବିଦୁ୍ୟତ ତାରରେ ରବର ଘୋଡ଼ଣୀ ରହିବା ନିୟମ ରହିଥିବା ବେଳେ ଓପିଏନଓଡ଼ିଏଲ କର୍ତ୍ତୃପକ୍ଷ ଖୋଲା ତାରକୁ ନିର୍ଦ୍ଧିଷ୍ଟ ଉଚ୍ଚା ଠାରୁ ଠାର କମ ଉଚ୍ଚତାରେ ଛାଡ଼ି ଦେଇଥିବାରୁ ଆଘାତପ୍ରାପ୍ତ ଭଳି ଘଟଣା ଘଟିଲା । ମୃତ ଜିତେନ୍ଦ୍ର ପରିବାର ମୁଖ୍ୟ ରୋଜଗାରିଆ ପୁଅ ଥିଲା । ତାଙ୍କ ମୃତୁ୍ୟରେ ତାଙ୍କ ବଞ୍ଚିବାର ଏବଂ ମାନବାଧିକାର କ୍ଷୂର୍ଣ୍ଣ ହୋଇଛି । ଟିପିଏନଓଏଲଡ଼ି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଘଟିଥିବା ମୃତୁ୍ୟ ଘଟଣା ପାଇଁ ଟିପିଏନଓଡ଼ିଏଲ କର୍ତ୍ତୃପକ୍ଷ ଉକ୍ତ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ନିଦେ୍ର୍ଦଶ ଦେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ଶ୍ରୀ ଧଳ ମାନବାଧିକାର ଆୟୋଗଙ୍କ ନିକଟରେ ନିବେଦନ କରିଛନ୍ତିି ।