ନିର୍ବାଚନ ଅଧିକାରୀଙ୍କୁ ୨ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

 ନୂଆଦିଲ୍ଲୀ : ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ଜ୍ଞାନେଶ କୁମାର ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (ଓଓଓଊଋଗ) ଠାରେ ବିହାରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଋଜଙଗ୍ଦ) ଏବଂ ବୁଥ୍ ସ୍ତରୀୟ ଅଧିକାରୀ (ଈଖଙଗ୍ଦ) ଏବଂ ହରିୟାଣା, ଘଉଞ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ଋଜଙଗ୍ଦ ଏବଂ ଈଖଙ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଦୁଇ ଦିନିଆ କ୍ଷମତା-ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ଆଗାମୀ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଜାରି ପ୍ରସ୍ତୁତିର ଏକ ଅଂଶ । ଏହି ମିଶ୍ରିତ ବ୍ୟାଚ୍ ତାଲିମ କାର୍ଯ୍ୟକ୍ରମରେ ମୋଟ ୩୬୯ ଜଣ ତୃଣମୂଳସ୍ତରୀୟ ନିର୍ବାଚନ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି । ଉଦ୍ଘାଟନୀ ଭାଷଣରେ ସିଇସି କହିଥିଲେ ଯେ ଈଖଙ ଏବଂ ଈଖଙଙ୍କ ସହ ବୁଥ୍ସ୍ତରୀୟ ଏଜେଣ୍ଟ ମଧ୍ୟ ସଠିକ୍ ଏବଂ ଅଦ୍ୟତନ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ଦାୟୀ । ସେମାନେ ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୦, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦ ଏବଂ ଭାରତ ନିର୍ବାଚନ ଆୟୋଗ ଦ୍ୱାରା ସମୟ ସମୟରେ ଜାରି କରାଯାଉଥିବା ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ କରିବେ । ଏହି ମାସର ଆରମ୍ଭରେ, ବିହାରର ୧୦ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାୟ ୨୮୦ ଈଖଇ, ଓଓଊଋଗରେ ତାଲିମ ପାଇଥିଲେ ।