ନିଶା ମୁକ୍ତ ହେବ ରାଜ୍ୟର ସବୁ ଶିକ୍ଷାନୁଷ୍ଟାନ 

ନିଶା ମୁକ୍ତ ହେବ ରାଜ୍ୟର ସବୁ ଶିକ୍ଷାନୁଷ୍ଟାନ 

ଭୁବନେଶ୍ୱର : ସବୁ ଶିକ୍ଷାନୁଷ୍ଠାନକୁ ନିଶା ମୁକ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ଥିôବା ଶିକ୍ଷାନୁଷ୍ଠାନ ଗୁଡ଼ିକ କିଭଳି  ନିଶା ମୁକ୍ତ କ୍ୟାମ୍ପସ୍‌ରେ ପରିଣତ ହେବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମଧ୍ୟ ଏହା ଉପରେ ବରମ୍ବାର ଆଲୋଚନା ହୋଇଛି । ଓଡ଼ିଶାରେ ପ୍ରତି ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାଙ୍କ ଠାରୁ କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ ସବୁବେଳେ ତତ୍ପର ରହିଛି । ଏହାସହ କ୍ୟାମ୍ପସ୍‌ ଆଖପାଖରେ କିଭଳି ନିଶା କାରବାର ବନ୍ଦ ହେବ ସେ ନେଇ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।