ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ବାଷିକୋସବ
ପୁରୀ: ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିରରେ ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ । ଶ୍ରୀ ଖୁଣ୍ଟିଆ କହିଲେ ବରିଷ୍ଠ ନାଗରିକମାନଙ୍କୁ ସବୁ ସୁବିଧା ଯୋଗାଇ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ । ଉତ୍ସବରେ ଭୀମସେନ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଶାସକ ବିନୋଦ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କୃତ୍ତିବାସ କାମଲା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶଶୀକଳା ଧାନୁକା ଅରୋଗ୍ୟମ୍ ଏବଂ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ମଳିତ ଆନୁକୂଲ୍ୟରେ ସସ୍ମିତା ଦାଶ ଓ ଡ଼ାକ୍ତର ଦୀପକ କୁମାର ମିଶ୍ରଙ୍କ ତତ୍ତ୍ୱାବଧନାରେ ମାଗଣା ହୋମିଓପାଥିକ ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରାଯାଉଛି । ପ୍ରଶାସନ ସହ ସହଯୋଗ ଓ ରଥଯାତ୍ରାରେ ସେବାକାର୍ଯ୍ୟ, ପାନୀୟଜଳ ବଣ୍ଟନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଏହି ଅବସରରେ ଅନୁଷ୍ଠାନ ନୂତନ କର୍ମକର୍ତ୍ତା ମନୋନୀତ ହୋଇ ସଭ୍ୟ ସଭ୍ୟାଙ୍କ ଦ୍ୱାରା ସମର୍ଥନ ଦିଆଯାଇଥିଲା । ଏଥିରେ ସଭାପତି ଭାବେ କାଶୀନାଥ ମିଶ୍ର, କାର୍ଯ୍ୟକାରୀ ସଭାପତି ରବିନାରାୟଣ ପ୍ରହରା, ଉପସଭାପତି ପ୍ରମୋଦ ମିଶ୍ର, ସାଧାରଣ ସମ୍ପାଦକ କୃତ୍ତିବାସ କାମଲା, ସହ ସମ୍ପାଦକ ଗୋପୀନାଥ ମହାନ୍ତି, କୋଷାଧ୍ୟକ୍ଷ ଭାବେ ଅଶୋକ ପଟ୍ଟନାୟକ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ ସଭ୍ୟ ଭାବେ ସଂଗ୍ରାମକେଶରୀ ମିଶ୍ର, ତ୍ରିଲୋଚନ ନନ୍ଦ, ପ୍ରଦେଶ ଜେନା, ସୁଧାକର ପ୍ରଧାନ, ପ୍ରଫୁଲ୍ଲ ସାହୁ, ରାଜକିଶୋର ସାସମଲ, ବିପିନ ବିହାରୀ ତ୍ରିପାଠୀ ମନୋନୀତ ହୋଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ଶ୍ରୀମନ୍ଦିରରେ ସୁଖଦ ଦର୍ଶନ ବ୍ୟବସ୍ଥା, ମେଡ଼ିକାଲ ସୁବିଧା ସୁଯୋଗ ସହ ଟ୍ରେନ୍ ଓ ବସ୍ରେ ସିଟ୍ ସଂରକ୍ଷଣ ସହ ରିହାତି ଯୋଗାଇ ଦେବାକୁ ଦାବି ହୋଇଥିଲା । ଏହି ଅବସରରେ ଅତିଥିଙ୍କ ଦ୍ୱାରା ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼. ମନୋଜ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।