ନିଶ୍ଚିନ୍ତା ପାହାଡର ପରିବେଶ ସୁରକ୍ଷା ପାଇଁ ପ୍ରଶାସନକୁ ନିବେଦନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ନିହଲ ପ୍ରସାଦ ଓ ପିଙ୍ଗୁଆ ଅଞ୍ଚଳ କଳା ପଥର ଚୋରା ବେପାରୀଙ୍କର ଏକ ହବ୍ରେ ପରିଣତ ହୋଇଯାଇଛି ।ନିଙ୍ଘଚ ଜଙ୍ଗଲରେ ବନ୍ୟଜନ୍ତୁ ନିଶ୍ଚନ୍ତରେ ରହୁଥିଲେ ବୋଲି ବୋଧହୁଏ ନାମ ହୋଇଥିଲା ନିଶ୍ଚନ୍ତା ଜଙ୍ଗଲ । କଳାପଥର ମାଫିଆଙ୍କ ଲୁଟରେ ଏକ ବଡ ପର୍ବତ ପର୍ବତ ନିଶ୍ଚନ୍ତା ଏବେ ବିଭିନ୍ନ ସ୍ଥାନରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ଲୁଟ ପରେ ପାହାଡରୁ ସମୁଦ୍ରରେ ପରିଣତ ହୋଇଥିଲା ନିଶ୍ଚନ୍ତା ଜଙ୍ଗଲର ରାଇଗଡା ଅଂଶ । ନିଶ୍ଚିନ୍ତା ପାହାଡର ବିଭିନ୍ନ ସ୍ଥାନରେ ଥିବା ନିକଟସ୍ଥ ଗାଁ ନାମରେ ନିଶ୍ଚନ୍ତା ଜଙ୍ଗଲର ନାମ କରଣ ହୋଇଥାଏ । ଯାଜପୁର ଏବଂ ଡେଙ୍କାନାଳ ଜିଲ୍ଲା ସୀମାରେ ଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ତହସିଲ ଅନ୍ତର୍ଗତ ରାଇଗଡା ଗ୍ରାମ ନିକଟରେ ଥ?ିବା ନିଶ୍ଚନ୍ତା ପାହାଡର ଅଂଶଟି ରାଇଗଡା ନାମରେ ଲୋକ ମୁଖରେ ପରିଚୟ ହାସଲ କରିଥିଲା । ଏହି ରାଇଗଡା ପାହାଡ ଉପରେ କଳାପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଲା । ଏହାପରେ ପଥର ମାଫିଆ ମାନେ ୱାଗନହୋଲ ବ୍ଲାଷ୍ଟି କରି ପାହାଡର ଛାତି ଚିରିଲେ । ଗୋଟିଏ ଗୋଟିଏ ୱାଗନ ହୋଲ ବ୍ଲାଷ୍ଟିଂରେ ପାହାଡରୁ ୫୦୦ ରୁ ହଜାରେ ଟ୍ରିପ କଳାପଥର ଖସିଲା । ଏହି କଳାପଥର ତଥା କଳାହୀରାକୁ ମାଫିଆମାନେ ଲୁଟି ଚାଲିଲେ ଓ ଧୀରେ ଧୀରେ ଆକାଶକୁ ଛୁଇଁଥିବା ଏହି ପାହାଡ ମାଟିରେ ମିଶି ସମତଳ ହେଲା । ଏହାପରେ ପାହାଡକୁ ଖୋଳି ଗଭୀର ଗର୍ତ ତଥା ସମୁଦ୍ରରେ ପରିଣତ କରିଦେଲେ ପଥର ମାଫିଆ । ପୋଲିସ, ଜଙ୍ଗଲ ଓ ପରିବେଶ, ରାଜସ୍ୱ ବିଭାଗର ମିଳିତ ସଲାସୁତରାରେ ଚାଲିଥିଲା ଲୁଟ୍ । ଏବେ କିଛି ଦିନ ତଳେ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ ର ହସ୍ତକ୍ଷେପ ପରେ ନିଶ୍ଚିନ୍ତା ପାହାଡ ଉପରେ ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନ ଏକ ବଡ଼ ଧରଣର ଚଢାଉ କରି ସଫଳତା ହାସଲ କରିଛି । ବିଗତ ୬ ମାସ ଧରି ଜିଲ୍ଲା ବାହାରର ଚୋରା ପଥର ମାଫିଆ ମାନେ ସକ୍ରିୟ ହୋଇ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କ ସହାୟତାରେ ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ଲୁଟ୍ କରି ଆସୁଛନ୍ତି । ନିଶ୍ଚିନ୍ତା ପାହାଡ ର ନିକଟ ବର୍ତ୍ତି ଅଞ୍ଚଳ ରେ ପ୍ରାୟ ୪/୫ ଟି କ୍ରସର୍ କମ୍ପାନୀ ଜିଲ୍ଲା ପ୍ରଶାସନ ଠାରୁ ପୂର୍ବରୁ ଅନୁମତି ନେଇ କାରଖାନା ସ୍ଥାପନା କରିଛନ୍ତି । ସେହି କ୍ରସାର୍ କମ୍ପାନୀ ଗୁଡ଼ିକ ସେମାନଙ୍କୁ ଦିଆଯାଇଥିବା ଅନୁମୋଦିତ ପରିମାଣ ଠାରୁ ଢେର ଅଧିକ କଳା ପଥର ସ୍ଥାନୀୟ ଅଞ୍ଚଳ ରେ ବିସ୍ଫୋରକ ବ୍ୟବହାର କରି ଉତ୍ପାଦନ କରି ଆସୁଥିବା କଥା ସମସ୍ତେ ଜାଣନ୍ତି । ସେହିପରି ନିହଲ ପ୍ରସାଦରେ ପ୍ରତିଷ୍ଠିତ ଏକ କ୍ରସର କମ୍ପାନୀ ମାସକୁ ୩୦୦୦ ଟନ୍ କଳା ପଥର ଉତ୍ତୋଳନ ପାଇଁ ଅସ୍ଥାୟୀ ଅନୁମତି ନେଇ ଦିନକୁ ୧୦ହଜାର ଟନ୍ରୁ ଅଧିକ କଳା ପଥର ଉତ୍ତୋଳନ କରି ଦିନ ଦ୍ୱିପ୍ରହର ରେ କୋଟି କୋଟି ଟଙ୍କା ସରକାରୀ ରାଜସ୍ୱ ଲୁଟ କରି ଚାଲି ଥିଲେ ବି ସ୍ଥାନୀୟ ପ୍ରଶାସନ ଓ ଖଣି ବିଭାଗ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏବେ କିଛି ଦିନ ହେବ ପୁଣି ଆଉ ଏକ ନୂଆ କ୍ରସର କମ୍ପାନୀ ତାର ଶାଖା ବିସ୍ତାର କରିବା ପାଇଁ ଏକ ୫ ବର୍ଷିଆ ଅସ୍ଥାୟୀ ଅନୁମତି ପାଇଁ ଆବେଦନ ଜିଲ୍ଲା ପ୍ରଶାସନ କୁ କରିଥିବାର ଜଣା ପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଏହି କ୍ରଶର କମ୍ପାନୀ କୁ ଅନୁମୋଦନ ଦେବା ପୂର୍ବରୁ କୌଣସି ଜନ ଶୁଣାଣି କରାଯାଉ ନାହିଁ କି ସ୍ଥାନୀୟ ପଞ୍ଚାୟତର ମତାମତ ନିଆ ଯାଉନାହିଁ । ନିହଲ୍ ପ୍ରସାଦ ଅଞ୍ଚଳ ରେ ଏହି କ୍ରଶର କମ୍ପାନୀ ଗୁଡ଼ିକ ଏତେ ମାତ୍ରା ରେ ଭୂଇଁ କୁ ୨୦୦ ମିଟର ରୁ ଅଧିକ ଡ୍ରିଲ୍ କରି ବ୍ଲାଷ୍ଟିଂ କରିବା ଦ୍ୱାରା ନିହଲ୍ ପ୍ରସାଦ ଆଖ ପାଖ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ହେବା ସାଙ୍ଗେ ସାଙ୍ଗେ ଟୋଲର ପଶି, କରଡ଼ାବାଣୀ, ନିତ୍ୟାନନ୍ଦ ପୁର, ଚଡକମାରା, ରାୟଗଡ଼ା, କଷ୍ଟି ପାଳ, ନିହଲ୍ ପ୍ରସାଦ , ବାଲି କିଆରୀ , ଶ୍ରୀମାନ୍ତ ପୂର୍ ଗ୍ରାମ ଗୁଡ଼ିକର ଜନ ସାଧାରଣଙ୍କର ମୂଲ୍ୟ ବାନ ଘର ଓ ସରକାରୀ ଅନୁଷ୍ଠାନର ଘର ଗୁଡ଼ିକ ଫାଟି ଯାଉଛି । ଏହି ବିପଦ ଜନକ ବିସ୍ଫୋରଣ ବେଳେ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି । ଏଣୁ ଏହି ପରିସ୍ଥିତିକୁ ଅଖିଆଗରେ ରଖି ଜିଲ୍ଲା ପ୍ରଶାସନ ଆଉ ନୂଆ କ୍ରସର କମ୍ପାନୀ ପାଇଁ (ଚଝକ ଓଦ୍ଭଲକ୍ସବଗ୍ଦଗ୍ଧକ୍ସଙ୍କମଗ୍ଧଙ୍କକ୍ସର ବଦ୍ଭୟ ଚକ୍ସକ୍ଟହରମଗ୍ଧ) କୁ ଅନୁମୋଦନ ନଦେବା ପାଇଁ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବିନ ନନ୍ଦ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଶ୍ରୀ ନନ୍ଦ ଢ଼େଙ୍କାନାଳ ଓ ଯାଜପୁର ସୀମା ଚଡକମରା ଗ୍ରାମରେ ସରକାରଙ୍କ ଦ୍ୱାରା ଦିର୍ଘ ଦିନରୁ ସ୍ଥାପିତ ଏକ ରାଜସ୍ୱ ଚେକ୍ ଗେଟ୍କୁ କାର୍ଯ୍ୟକ୍ଷମ କରି ଅଞ୍ଚଳରେ ହେଉଥିବା ବ୍ୟାପକ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବାକୁ ନିବେଦନ କରିଛନ୍ତି । ନିଶ୍ଚିନ୍ତା ପାହାଡର ଯେଉଁ ଅଞ୍ଚଳରେ କଳାପଥର ଚୋରି ହେଉଛି ସେହି ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରି ସେହି ଅଞ୍ଚଳର ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।