ଜୁନିୟର ରେଡ୍କ୍ରସ୍ ତାଲିମ୍ ଶିବିର 

 ଢେଙ୍କାନାଳ:  ଜିଲ୍ଲାସ୍ତରୀୟ ୩୬ତମ ଜୁନିଅର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୁନ୍ଦରିଖାଲ ଢେଙ୍କାନାଳରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଶିବିରର ଉଦ୍ୟାପନୀ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ ରେଡ୍କ୍ରସର ଉପଯୋଗିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଶିବିରରେ ଜେଆର୍ସି ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ବିଦ୍ୟାଳୟର ସଂପାଦକ ଗଗନ ବିହାରୀ ନାୟକ, ସଭାପତି ବାବୁ ଚାନ୍ଦ ମହାଳିକ, ନରେଶ କୁମାର ମହାରଣା, ପ୍ରଶାନ୍ତ ଧଳ, ବିପିନ ବିହାରୀ ଶତପଥୀ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଶିବିରରେ ପ୍ରଦୀପ ସାହୁ ନିମିଧା ହାଇସ୍କୁଲ ଓ ଗାୟତ୍ରୀ ପଟ୍ଟନାୟକ ଦୁଦୁର୍କୋଟ୍ ଉଚ୍ଚ ବିଦ୍ୟାଳୟଙ୍କୁ ସର୍ବୋତମ ଜୁନିଅର ରେଡକ୍ରସ୍ କାଉନସିଲର ଏବଂ ସର୍ବୋତମ ଜୁନିଅର୍ ଭାବେ ଓଏବି ବାରିହାପୂରର ସୁଶ୍ରୀ ବିଦୁସ୍ମିତା ବେହେରା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଶୁଆଁଳୋର ପ୍ରିୟବ୍ରତ ସେନାପତିଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲର ୪୨୦ ଶିଶୁ ଓ ୧୫୦ ଜେଆରସି କାଉନସିଲର ଯୋଗ ଦେଇଥିଲେ । ଶେଷରେ ପ୍ରଧାନଆଚାର୍ଯ୍ୟ ନଗେନ୍ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।