ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ
ସାଲେପୁର : ସାଲେପୁର ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳର ଏକ କାର୍ଯ୍ୟକାରିଣୀ ବୈଠକ ଯୁବ ବିଜେଡି ସଭାପତି ସଂଜିତ୍ ଦାଶଙ୍କ ସଭାପତିତ୍ୱରେ ବାଲିସାହି ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଯୁବ ଓ ଛାତ୍ରମାନେ ଲୋକମାନଙ୍କ ନିକଟରେ ପହଞ୍ଚô ସେମାନଙ୍କ ସମସ୍ୟାକୁ ସମାଧାନ କରିବା ସହ ବିଜୁ ଯୁବ ଜନତା ଦଳକୁ ଅଧିକରୁ ଅଧିକ ସାଲେପୁର ଅଞ୍ଚଳରେ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ମଧ୍ୟକଚ୍ଛ ସରପଞ୍ଚ ସଂଜୟ କୁମା ବେହୁରା, ବାଲିସାହି ସରପଞ୍ଚ ପବିତ୍ର ସାମଲ, ବିକ୍ରମ ସାମଲ, ବିଶ୍ୱଜିତ୍ ପଣ୍ଡା, ପ୍ରଭାତ ପାତ୍ର, ସୁମନ ନାୟକ, ବାପୁ ଷଡ଼ଙ୍ଗୀ, ପ୍ରଦୀପ୍ତ ସାମଲ, ଲିପକ ଜେନା, ବିଭୁତିଭୂଷଣ ସ୍ୱାଇଁ, ଶରତ ସାହୁ, ସତ୍ୟସାରଥି ପ୍ରଧାନ, କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ଚିତ୍ତରଂଜନ ସାହୁ, ଗୁଲରେଜ ଅଲ୍ଲି, ରାଜେଶ ମହାନ୍ତି, ସଂଖ୍ୟାଲଘୁ ସେଲ୍ ସଭାପତି ସମିମ ଅଖତର, କମଳାକାନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସାଲେପୁର ବିଜୁ ଛାତ୍ରଜନତା ଦଳ ପକ୍ଷରୁ ସାଲେପୁର ଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାକେଶ ପାଣି, ସତ୍ୟ ପ୍ରଧାନ, ଦୀପକ ମହାନ୍ତି, ପ୍ରଦୀପ ସାହୁ, ବିକ୍ରମଜିତ୍ ବେହେରା, ସୁକାନ୍ତ ମଲ୍ଲିକ, ଚନ୍ଦନ ସାହୁ, ସୁନିଲ ପ୍ରତାପ, ସଂଗ୍ରାମ ମହାନ୍ତି, ଦୋଳଗୋବିନ୍ଦ, ତାପସ ବେହେରା, ଗୌତମ ମାଣିଆ, ସନ୍ତୋଷ ମହାପାତ୍ର, ସୂର୍ଯ୍ୟକାନ୍ତ ଜେନାଙ୍କ ସମେତ ବହୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସାଲେପୁର ବ୍ଲକ୍ ଛାତ୍ର ବିଜୁ ଜନତା ଦଳର ସଭାପତି ଶୁଭମ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।